ସମ୍ବାଦ ଭବନରେ ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କୁ ଶେଷ ଶ୍ରଦ୍ଧାଂଜଳି। ସୌମ୍ୟରଂଜନ କହିଲେ ସାମ୍ବାଦିକତା ବୃତ୍ତିରେ ରଣଜିତ ଅଜାତଶତ୍ରୁର ବଡ ପ୍ରମାଣ

କେବଳ ତାଙ୍କୁ ଜାଣିବାକୁ ଚେଷ୍ଟା କଲେ ଆଗକୁ ବଢିପାରିବେ ଯୁବ ସାମ୍ବାଦିକ

160

କନକ ବ୍ୟୁରୋ: ପରଲୋକରେ ବରିଷ୍ଠ ସାମ୍ବାଦିକ ତଥା ଦୈନିକ ଖବରକାଗଜ ‘ସମ୍ବାଦ’ ସମ୍ପାଦକୀୟ ପୃଷ୍ଠାର ସମ୍ପାଦକ ରଣଜିତ ଗୁରୁ । ସମ୍ବାଦ ଭବନରେ ରଣଜିତ ଗୁରୁଙ୍କୁ ଶେଷ ଶ୍ରଦ୍ଧାଂଜଳୀ ଦିଆଯାଇଛି । ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିଛନ୍ତି ।

ସାମ୍ବାଦିକତା ବୃତିରେ ରଣଜିତ ଗୁରୁ ଅଜାତ ଶତ୍ରୁର ବଡ ପ୍ରମାଣ । ଯୁବ ସାମ୍ବାଦିକ ତାଙ୍କୁ ତାଙ୍କୁ ଜାଣିବାକୁ ଚେଷ୍ଟା କଲେ ଆଗକୁ ବଢିପାରିବେ ବୋଲି କହିଛନ୍ତି ସୌମ୍ୟରଂଜନ । ସମ୍ବାଦର ଗୋଟେ ବଡ଼ ସ୍ତମ୍ବ ଥିଲେ ରଣଜିତ ଗୁରୁ । ସମ୍ବାଦ ସଂପାଦକୀୟ ପୃଷ୍ଠାର ଗୁରୁତ୍ୱ ଶ୍ରୀଯୁକ୍ତ ଗୁରୁଙ୍କ ପାଇଁ ଅଧିକ ବଢିଥିଲା । ତାଙ୍କ ପରଲୋକରେ ସମ୍ବାଦ ଓ ସମ୍ବାଦ ପରିବାର ଗଭୀର ମର୍ମାହତ ବୋଲି ସୌମ୍ୟରଂଜନ କହିଛନ୍ତି ।

୬୧ ବର୍ଷ ବୟସରେ ଆଖିବୁଜିଛନ୍ତି ରଣଜିତ ଗୁରୁ । ତାଙ୍କର ପାର୍ଥିବ ଶରୀରକୁ ବରଗଡ ଜନ୍ମମାଟିକୁ ନିଆଯାଉଛି । ସେଠାରେ ତାଙ୍କ ଶେଷ କୃତ ସଂପନ୍ନ ହେବ । ସଂକ୍ରମଣଜନିତ ଅସୁସ୍ଥତା ଯୋଗୁଁ ଗତ ୧ ତାରିଖରେ ସେ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଂଟିଲେଟରରେ ରେଖାଯାଇ ଚିକିତ୍ସା କରାଯାଉଥିଲା । ତେବେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି ।