ନରସିଂହ ମିଶ୍ରଙ୍କ ଘରେ କଂଗ୍ରେସ ନେତାଙ୍କ ମେଳି ! ଦଳକୁ ସୁଦୃଢ କରାଯିବା ସହ ବିଜେଡି-ବିଜେପିକୁ ଚେକ୍ ଦିଆଯିବା ନେଇ ଆଲୋଚନା

37

କନକ ବ୍ୟୁରୋ: ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ କଂଗ୍ରେସ ନେତାଙ୍କ ମେଳି । ରବିବାର ସଂଧ୍ୟାରେ ନରସିଂହଙ୍କ ଘରେ ବସିଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ତେବେ ଏହି ବୈଠକରେ କଂଗ୍ରେସ ବିଧାୟକ ନବଦାସ, ତାରାପ୍ରସାଦ ବାହିନିପତି, ଅଂଶୁମାନ ମହାନ୍ତି, ପ୍ରଫୁଲ ମାଝି ସମେତ ଅନ୍ୟ ବିଧାୟକମାନେ ଯୋଗଦେଇଥିଲାବେଳେ ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ । ତେବେ ଦଳକୁ କିଭଳି ସୁଦୃଢ଼ କରାଯିବ ଏବଂ ଉଭୟ ବିଜେଡି-ବିଜେପି ବିଭିନ୍ନ କ୍ଷେତ୍ରରେ ଚେକ୍ ଦିଆଯିବା ନେଇ ବୈଠକରେ ଆଲୋଚନା ହୋଇଥିବା କହିଛନ୍ତି ନେତା ।

ଏହା ସହ ଆଗାମୀ ନିର୍ବାଚନ ଲାଗି ରଣନୀତି ଉପରେ ବିଚାର ବିମର୍ଷ କରାଯାଇଛି ବୋଲି ବୈଠକରେ ଉପସ୍ଥିତ ନେତା ପ୍ରତିକ୍ରିୟା ଦେଇଛନ୍ତି । ତେବେ ପିସିସି ସଭାପତି ପରିବର୍ତ୍ତନକୁ ନେଇ କଂଗ୍ରେସ ରାଜନୀତି ଜୋର ଧରିଥିବା ବେଳେ ଏହି ବୈଠକରେ ପରିବର୍ତ୍ତନକୁ ନେଇ ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା ହେଉଛି । ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟର କଂଗ୍ରେସ ନେତା ଓ ବିଧାୟକ ମାନେ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟିଥିଲେ । ପିସିସି ସଭାପତି ପରିବର୍ତନ ପାଇଁ ବାରମ୍ବାର କଂଗ୍ରେସ ବିଧାୟକ ଦାବି ମଧ୍ୟ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –