ମହାରାଷ୍ଟ୍ର କଂଗ୍ରେସକୁ ଆଉ ଏକ ଶକ୍ତ ଝଟକା ! ଇସ୍ତଫା ଦେଲେ ବରିଷ୍ଠ ନେତା ରାଧାକୃଷ୍ଣ ବିଖେ ପାଟିଲ

201

କନକ ବ୍ୟୁରୋ : ମହାରାଷ୍ଟ୍ରରେ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟକା ମିଳୁଛି । ପ୍ରଥମେ ଦଳିତ ନେତା ପ୍ରକାଶ ଆମ୍ବେଦକର ମେଂଟ ପାଇଁ ମଙ୍ଗିଲେ ନାହିଁ ।  ଆଉ ଏବେ ମହାରାଷ୍ଟ୍ରରେ କଂଗ୍ରେସର ବରିଷ୍ଠ ନେତା ଓ ବିଧାନସଭାର ବିରୋଧୀ ଦଳ ନେତା ରାଧାକୃଷ୍ଣ ବିଖେ ପାଟିଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି  । କଂଗ୍ରେସ ଅଧ୍ୟକ୍ଷ ରାହୁାଲ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇଦେଇଛନ୍ତି ରାଧାକୃଷ୍ଣ ବିଖେ ପାଟିଲ । ଏହା ପୂର୍ବରୁ ତାଙ୍କ ପୁଅ ସୁଜୟ ବିଖେ ପାଟିଲ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ ।

ଅହମଦ ନଗର ଲୋକସଭା ସିଟ ପାଇଁ ରାଧାକୃଷ୍ଣ ପଦ ଛାଡ଼ିଥିବା ଚର୍ଚ୍ଚା ହେଉଛି । ଏହି ସିଟରୁ ସେ ତାଙ୍କ ପୁଅ ପାଇଁ ଟିକେଟ ଦାବି କରିଲେ । କିନ୍ତୁ ଏହି ସିଟ୍ ଏନସିପି ଖାତାକୁ ଚାଲିଗଲା । ଏଥିପାଇଁ ପ୍ରଥମେ ସୁଜୟ ବିଖେ ପାଟିଲ କଂଗ୍ରେସ ଛାଡ଼ିଥିଲେ ଆଉ ଏବେ ସେ ନିଜ ପଦରୁ ଇସ୍ତଫା ଦେଇଛି । ମହାରାଷ୍ଟ୍ର ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଓ ଏନସିପି ମଧ୍ୟରେ ସିଟ ବାଂଟନ ହୋଇସାରିଛି । କଂଗ୍ରେସ ୨୬ ସିଟ ରଖିବା ସହ ଏନସପିକୁ ୨୨ ଟି ସିଟ୍ ଦେଇଛି । ଅନ୍ୟପଟେ ଏନସିପି ଅମହଦନଗର ସିଟ ସୁଜୟ ପାଟିଲଙ୍କୁ ଦେବାପାଇଁ ଚାହୁଁନାହିଁ । ତେଣୁ ଦଳରେ କନ୍ଦଳ ସୃ୍ଷ୍ଟି ହେଉଛି ।