ଛତିଶଗଡ ସରକାରଙ୍କୁ ଟାର୍ଗେଟ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କରିଛନ୍ତି ପ୍ରେସମିଟ୍ । ଛତିଶଗଡ୯ ଟି ବ୍ୟାରେଜ ଏବଂ ୪ ଟି ଡ୍ୟାମ୍ ନିର୍ମାଣ କରୁଛି ବୋଲି କହିଛନ୍ତି ବିଜୟ ମହାପାତ୍ର । ବ୍ୟାରେଜ ହେଲେ ଓଡିଶା ପାଇଁ ବଡଧରଣର କ୍ଷତି ହେବ । ତାଳଦଣ୍ଡା, ବରଗଡ, ଓ ସମ୍ବଲପୁର କେନାଲରେ ପାଣି ଶୁଖିଯିବ । ୧୯୫୬ ସେଂଟ୍ରାଲ ଆକ୍ଟ ଅନୁସାରେ “ ରିଭର ବୋର୍ଡ ’’ ଗଠନ ହେବ। ଦରକାର । ରାଜ୍ୟ ଓ କେନ୍ଦ୍ର ସରକାର “ ରିଭର ବୋର୍ଡ ’’ ଗଠନ କରନ୍ତୁ । “ ରିଭର ବୋର୍ଡ ’’ ଗଠନ ହେଲେ ଓଡିଶାକୁ ନ୍ୟାୟ ମିଳିବ । ରିଭର ବୋର୍ଡରେ ସମାଧାନ ନହେଲେ ଟ୍ରିବ୍ୟୁନାଲ ଗଠନ କରାଯିବା ଦରକାର, ଜଏଂଟ କଂଟ୍ରୋଲ ବୋର୍ଡ ଦ୍ୱାରା ଓଡିଶାର ସମାଧାନ ହୋଇପାରିବନି । ଆସନ୍ତୁ ଶୁଣିବା କଣ କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର :