ଆରପାରିରେ ଅରୁଣ ଜେଟଲୀ । ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ

822

କନକ ବ୍ୟୁରୋ: ଆରପାରିରେ ଅରୁଣ ଜେଟଲୀ । ପରଲୋକରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅରୁଣ । ଦେହାନ୍ତ ବେଳକୁ ଜେଟଲୀଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ତେବେ ଅସୁସ୍ଥତା କାରଣରୁ ଗତ ୯ ତାରିଖରୁ ଏମ୍ସରେ ଭର୍ତ୍ତି ଚିକିତ୍ସିତ ହେଉଥିଲେ ଅରୁଣ । ଛାତିରେ ଯନ୍ତ୍ରଣା ହେଉଥିବାରୁ ତାଙ୍କୁ ହୃଦରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା । ଆଉ ଶେଷରେ ଆଜି ସମସ୍ତଙ୍କୁ ପର କରି ଆରପାରିକୁ ଚାଲି ଯାଇଛନ୍ତି ଜେଟଲୀ ।

ଅରୁଣ ଅସୁସ୍ଥ ହେବା ପରେ ଗତ ୯ ତାରିଖରୁ ବିଜେପିର ବଡ ବଡ ନେତା ଏମ୍ସ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ । ତେବେ ୧୯୫୨ ମସିହା ଡିସେମ୍ବର ୨୮ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଅରୁଣ । ମୋଦି ସରକାରର ପ୍ରଥମ ପାଳିରେ ବଡ ଭାର ନେଇଥିଲେ ଜେଟଲୀ । ୨୦୧୪ରୁ ୨୦୧୯ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ ସହ ପ୍ରତିରକ୍ଷା ବିଭାଗର ଦାୟିତ୍ୱ ମଧ୍ୟ କିଛି ଦିନ ତୁଲାଇଥିଲେ ଜେଟଲୀ । ତେବେ ମୋଦିଙ୍କ ପ୍ରଥମ ପାଳିରେ ବିମୁଦ୍ରୀକରଣ ଭଳି ବଡ ପଦକ୍ଷେପକୁ ସୂଚାର ରୂପେ ସଫଳ କରିଥିଲେ ଜେଟଲୀ । ତେବେ ନିଜ ଅସୁସ୍ଥତା ପାଇଁ ସେ ୨୦୧୯ରେ କ୍ୟାବିନେଟ ଦାୟିତ୍ୱ ନେବେନି ବୋଲି କହିଥିଲେ ।