ବିଶ୍ୱନେତାଙ୍କୁ ଟ୍ରମ୍ପ ଚିନ୍ତା ! ଦକ୍ଷିଣପନ୍ଥୀ ବିଚାରଧାରା ଦ୍ୱାରା ପୂରା ବିଶ୍ୱ ପ୍ରଭାବିତ

28

କନକ ବ୍ୟୁରୋ: ୭ଟି ମୁସଲିମ୍ ରାଷ୍ଟ୍ରର ନାଗରିକଙ୍କୁ ଭିସା ନିଷିଦ୍ଧ କରିବା ପାଇଁ ଟ୍ରମ୍ପଙ୍କ ନିଷ୍ପ୍ତିକୁ ନେଇ ଆମେରିକା ଜନତା ୨ଭାଗ ହୋଇଥିଲେ । ବ୍ରିଟେନରେ ମଧ୍ୟ ସପକ୍ଷବାଦୀ ଓ ବିପକ୍ଷବାଦୀ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପରିସ୍ଥିତି ଏଭଳି ହୋଇଛି ଯେ ଟ୍ରମ୍ପଙ୍କ ପ୍ରସ୍ତାବିତ ବ୍ରିଟେନ୍ ଗସ୍ତକୁ ବିରୋଧ କରି ୧୨ଲକ୍ଷ ଲୋକ ଅନଲାଇନରେ ଦସ୍ତଖତ କରିଛନ୍ତି । ଏବଂ ଏହାକୁ ନେଇ ବ୍ରିଟେନ୍ ସଂସଦରେ ବିତର୍କ ହେବାକୁ ସ୍ଥିର ହୋଇଛି ।

ଅନ୍ୟପଟେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ଟ୍ରମ୍ପଙ୍କ ପ୍ରଥମ ଟେଲିଫୋନ୍ କଥାବାର୍ତା ଉତେଜନାପୂର୍ଣ୍ଣ ହୋଇଥିବା ଜଣାପଡିଛି । ଏଥିରେ ଉଭୟ ନେତାଙ୍କ ମଧ୍ୟରେ କଥା କଟାକଟି ଓ ତୀବ୍ର ବାକ୍ୟ ବିନିମୟ ହୋଇଥିବା ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି । ଦୁଇ ନେତାଙ୍କ ଆଲୋଚନାବେଳେ ପ୍ରଧାନମନ୍ତ୍ରୀ ମାଲକମ୍ ଟର୍ଣ୍ଣବୁଲ ଶରଣାର୍ଥୀ ପ୍ରସଙ୍ଗ ଉଠାଇଥିଲେ । କିନ୍ତୁ ଟ୍ରମ୍ପ କିଛି ନଶୁଣି ସେମାନଙ୍କୁ ଅଳିଆ ଗଦାକୁ ଫିଙ୍ଗି ଦିଅ ବୋଲି କହିଥିଲେ ।