ବନ୍ଦେ ଭାରତ ଏକ୍ସପ୍ରେସର ଟିକେଟ୍ ମୂଲ୍ୟର ହେଲା ଖୁଲାସା : ଜାଣନ୍ତୁ କେଉଁ ସ୍ଥାନ ପାଇଁ କେତେ ଭଡା

690

ବହୁ ପ୍ରତିକ୍ଷିତ ସେମି ହାଇସ୍ପିଡ ଟ୍ରେନ୍ ୧୮ ୪ଦିନ ପରେ, ଅର୍ଥାତ୍ ୧୫ ଫେବୃୟାରରରେ ଆରମ୍ଭ ହୋଇଯିବ । ରେଳବାଇ ଦିଲ୍ଲୀରୁ ବାରାଣାସୀ ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନର ଭଡା ଖୁଲାସା କରିଛନ୍ତି । ଏହି ଟ୍ରେନରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ ନିଜ ପକେଟ୍ ଖାଲି କରିବାକୁ ପଡିବ । ଏହି ଟ୍ରେନ୍ ଦିଲ୍ଲୀରୁ ବାରାଣାସୀ ପର୍ଯ୍ୟନ୍ତ ଯାତ୍ରା ୮ଘଣ୍ଟାରେ ପୁରା କରିବ । ବନ୍ଦେ ଭାରତ ଏକ୍ସପ୍ରେସ କିମ୍ବା ଟ୍ରେନ୍ ୧୮କୁ ଶୀତତାପନିୟନ୍ତ୍ରିତ ଚେୟାରର ଭଡା ୧,୮୫୦ ଟଙ୍କା ଏବଂ ଏକଜିକ୍ୟୁଟିଭ୍ କ୍ଲାସ ପାଇଁ ୩,୫୨୦ ଟଙ୍କା ରହିବ । ଭଡାରେ ଖାଦ୍ୟପାନୀୟ ଶୁଳ୍କ ସାମିଲ ହେବ । ଏହା ଭାରତର ପ୍ରଥମ ଇଂଜିନ ଚାଳିତ ଟ୍ରେନ୍ ।

 

 

ଅଧିକାରୀଙ୍କ ଅନୁସାରେ, ଟ୍ରେନ୍ ଫେରିବା ଯାତ୍ରା ସମୟରେ ଚେୟାର କାରର ଭଡା ୧,୭୯୫ଟଙ୍କା ଯେବେକି ଏକଜିକ୍ୟୁଟିଭ୍ କାରର ଟିକେଟ୍ ୩,୪୭୦ ଟଙ୍କା ହେବ । ଏତିକି ଦୂର ପାଇଁ ଶତାବ୍ଦୀ ଟ୍ରେନର ଭଡା ତୁଳନାରେ ଚେୟାର କାରର ମୂଲ୍ୟ ୧.୫ଗୁଣ ଅଛି ଓ ପ୍ରିମିୟମ ଟ୍ରେନରେ ପ୍ରଥମ ଶ୍ରେଣୀ ଶୀତତାପନିୟନ୍ତ୍ରିତ ଭଡା ଠାରୁ ଏକଜିକ୍ୟୁଟିଭ୍ କ୍ଲାସର ଭଡା ୧.୪ ଗୁଣ ଅଧିକ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟେନକୁ ସବୁଜ ସଂକେତ ଦେବେ । ସୂଚନା ଅନୁସାରେ, ଏହି ଟ୍ରେନରେ ଦୁଇଟି କ୍ଲାସ-ଏକଜିକ୍ୟୁଟିଭ୍ ଓ ଚେୟାର କାର ଏବଂ ଏଥିରେ ଭୋଜନର ମୂଲ୍ୟ ଭିନ୍ନ ଭିନ୍ନ । ନୂଆଦିଲ୍ଲୀରୁ ବାରାଣାସୀ ଯିବାକୁ ଥିବା ଯାତ୍ରୀଙ୍କ ଏକଜିକ୍ୟୁଟିଭ୍ ଶ୍ରେଣୀରେ ସକାଳର ଚା’, ଜଳଖିଆ ଓ ମଧ୍ୟାହ୍ନ ଭୋଜନ ପାଇଁ ୩୯୯ ଟଙ୍କା ଦେବାକୁ ପଡିବ । ଚେୟାର କାର ଯାତ୍ରୀଙ୍କୁ ଏହି ସବୁ ପାଇଁ ୩୪୪ ଟଙ୍କା ଦେବାକୁ ପଡିବ । ନୂଆଦିଲ୍ଲୀରୁ କାନପୁର ଓ ପ୍ରୟାଗରାଜର ଯାତ୍ରା କରୁଥିବା ଲୋକଙ୍କୁ ଏକଜିକ୍ୟୁଟିଭ୍ କ୍ଲାସ ଓ ଚେୟାର ପାଇଁ କ୍ରମଶଃ ୧୫୫ ଟଙ୍କା ଓ ୧୨୨ ଟଙ୍କା ଦେବାକୁ ପଡିବ ।