ଗାଁ ଲୋକଙ୍କ ପାଇଁ ଜୀବନକୁ ବାଜି ଲଗାଇଦେଲେ ଚାଷୀ : ଜଳୁଥିବା ଟ୍ରାକ୍ଟରକୁ କେନାଲରେ ଭର୍ତ୍ତି କରି ୧୦୦ଟି ପରିବାରର ଜୀବନ ବଞ୍ଚାଇଲେ

29

ଆଜିକା ସ୍ୱାର୍ଥପର ସମାଜରେ ଏପରି ବି କିଛି ଲୋକ ଅଛନ୍ତି,ଯେଉଁମାନେ ନିଜ ଜୀବନକୁ ପାଣି ଛଡ଼ାଇ ଅନ୍ୟକୁ ସାହାଯ୍ୟ କରୁଛନ୍ତି । ତେବେ ଆଜିକା ସମୟରେ ଖୁବ କମ ଲୋକ ହିଁ ଏପରି କରିବାର ଦେଖାଯାଏ । କର୍ଣ୍ଣାଟକରେ ଥିବା ଜମାନକଟ୍ଟି ଗାଁରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା ପରେ ୟେଙ୍କପ୍ପା ନାମକ ଜଣେ ଯୁବକ ନିଜ ଅଞ୍ଚଳରେ ହିରୋ ପାଲଟଯାଇଛନ୍ତି । । ନିଜ ଜୀବନକୁ ଖାତିର ନ କରି ସେ ଜଳି ଯାଉଥିବା ଟ୍ରାକ୍ଟରକୁ ଚଲାଇ ପାଖରେ ଥିବା ଏକ ନାଳରେ ଭର୍ତ୍ତି କରିଥିଲେ । ଯାହା ଫଳରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇ ପାରିଥିଲା । ୟେଙ୍କପ୍ପାଙ୍କ ଏଭଳି କାମ ୧୦୦ଟି ପରିବାରକୁ ଜଳିବାରୁ ବଞ୍ଚାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ସୋମବାର ଅପରାହ୍ନ ୪ଟା ସମୟରେ ଏକ ଟ୍ରାକ୍ଟର ନଡ଼ା ବୋଝେଇ କରି ଜମାନକଟ୍ଟି ଗାଁ ଦେଇ ଯାଉଥିଲା । ଏହି ସମୟରେ ଟ୍ରାକ୍ଟରଟି ଉପରେ ଥିବା ଏକ ବିଦ୍ୟୁତ୍‌ ତାର ସଂଯୋଗରେ ଆସିବାରୁ ଲଦା ଯାଇଥିବା ନଡ଼ାରେ ନିଆଁ ଲାଗି ଯାଇଥିଲା । ଯାହା ଦେଖି ଗାଁରେ ଉପସ୍ଥିତ ଥିବା ଲୋକେ ହତବାକ୍‌ ହୋଇ ଯାଇଥିଲେ ।

କ’ଣ କରାଯିବ ବୋଲି ଲୋକେ ଭାବୁଥିବା ବେଳେ ୟେଙ୍କପ୍ପା ଟ୍ରାକ୍ଟର ଚଳାଇ ପାଖରେ ଥିବା ନାଳ ଭିତରେ ଟ୍ରାକ୍ଟକୁ ଭର୍ତ୍ତି କରି ଦେଇଥିଲେ । ଯାହା ଫଳରେ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଜମାନକଟ୍ଟି ଗାଁ ଲୋକେ । ଏହି ଘଟଣା ପରେ ୟେଙ୍କପ୍ପାଙ୍କେ ପିଠି ଏବଂ ଶରୀରର ଅନେକ ସ୍ଥାନ ଜଳି ଯାଇଥିବା ବେଳେ ଏଭଳି କାମ କରି ସେ ଖୁସିଥିବା କହିଛନ୍ତି । ଅନ୍ୟ ପକ୍ଷରେ ଖବର ପ୍ରସାର ହେବା ପରେ ସମସ୍ତେ ୟେଙ୍କପ୍ପାଙ୍କ ସାହାସକୁ ପ୍ରଶଂସା କରିବାରେ ଲାଗିଛନ୍ତି ।

Comments are closed.