ପୂଜା ବଜାରରେ ସେଲଫିର ମଜା ! ରାଜନେତା, ସିନେ କଳାକାର ମାଆଙ୍କ ସହ ନେଇଛନ୍ତି ସେଲଫି

24

SELFIEକନକ ବ୍ୟୁରୋ : ପୂଜା ବଜାରରେ ସେଲଫିର ମଜା । ମାଆ ଦୁର୍ଗାଙ୍କ ସହ ସେଲଫି ଉଠାଇବାର ମଉକା ହାତଛଡା କରିନାହାନ୍ତି ସେଲଫି ନିଶାରେ ମସଗୁଲ ଥିବା ଯୁବପୀଢି । ତେବେ ଖାଲି ଯୁବପୀଢି ନୁହନ୍ତି, ରାଜନେତା, ସିନେ କଳାକାରଙ୍କ ସହ ବିଭିନ୍ନ ବର୍ଗର ଲୋକେ ମାଆଙ୍କ ସହ ନେଇଛନ୍ତି ସେଲଫି ।

କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ଦୁଇ ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ମଧ୍ୟ ମାଆ ଦଶଭୂଜାଙ୍କ ସେଲଫି ଉଠାଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ସହ ଭୁବନେଶ୍ୱର ସାଂସଦ ତଥା ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ମଧ୍ୟ ପୂଜା ମଣ୍ଡପରେ ସେଲଫି ଉଠାଇଥିବା ଦେଖିବାକୁ ମିଳିଛି ।

ସେହିପରି ଓଲିଉଡ୍ କଳାକାର ସ୍ନିଗ୍ଧା ମହାନ୍ତି, ଅଶ୍ରୁମୋଚନ, ଶ୍ରୀତମ, ବିଦୁସ୍ମିତାଙ୍କ ସହ ବହୁ ଟେଲି କଳାକାର ମଧ୍ୟ ପୂଜା ମଣ୍ଡପରେ ସେଲଫି ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।