କାଳ ହେଲା ହାତୀ ସହ ସେଲଫି ! ପାଲଲହଡା ମଧୁପାଳ ମନ୍ଦିର ନିକଟରେ ଫଟୋ ଉଠାଇବେଳେ ଦଳିଦେଲା ଦନ୍ତା

34

କନକ ବ୍ୟୁରୋ : କାଳ ହେଲା ହାତୀ ସହ ସେଲଫି । ହାତୀ ସହ ସେଲଫି ଉଠାଇବେଳେ ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ପାଲଲହଡା ନିମିଡିବେଡା ଗାଁର ଜୟକୃଷ୍ଣ ନାୟକ । ଖମାରରେଂଜ ଅନ୍ତର୍ଗତ ମାଧପାଳ ମନ୍ଦିର ନିକଟରେ ଜୟକୃଷ୍ଣ ହାତୀ ସହ ସେଲଫି ଉଠାଇବାକୁ ଚେଷ୍ଟା କରିଥିଲେ । ଏତିକି ବେଳେ ବଣୁଆ ଦନ୍ତା ତାଙ୍କୁ ଆକ୍ରମଣ କରି ଦଳିଦେଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।