ଆପଣଙ୍କ ଫୋନରେ ନେଉଥିବା ସେଲଫି ଓଲଟା ଆସୁଛି କି ? ଏହି ସମସ୍ୟାକୁ ଦୂର କରିବାକୁ ଆପଣାନ୍ତୁ ଏହି ସେଟିଂ ଟିପ୍ସ

34

କୈଣସି ଇଭେଂଟର ମେମୋରୀକୁ ସବୁଦିନ ପାଇଁ ଷ୍ଟୋର କରିବାର ଉତ୍ତମ ତରିକା ଅଟେ ଫଟୋଗ୍ରାଫ୍ସ । କୌଣସି ସଂପର୍କୀୟ ବା ନିଜର ଲୋକଙ୍କ ସହ ନିଆଯାଇଥିବା ସେଲଫି ଖୁବ୍ ସ୍ମୃତିମୟ ହୋଇଥାଏ । ଅଧିକାଂଶ ୟୁଜରଙ୍କ ଅଭିଯୋଗ ଯେ ସେଲଫି ଫଟୋ ଓଲଟା ଆସିଥାଏ । ଅର୍ଥାତ୍ ଏହାର ପୋଜିସନ ଲେଫ୍ଟ ଟୁ ରାଇଟ୍ ଟୁ ଲେଫ୍ଟ ହୋଇଯାଏ । ଏମିତି ଅବସ୍ଥାରେ ଯଦି ଆପଣଙ୍କ ପଛରେ କୌଣସି ନାଁ ଲେଖା ହୋଇଥାଏ ତ , ଏହା ଓଲଟା ନଜର ଆସିଥାଏ ।

ଏମିତି କାହିଁକି ହୋଇଥାଏ ?
ସ୍ମାର୍ଟଫୋନ ତିଆରି କରୁଥିବା ଅଧିକାଁସ କଂପାନୀ ଫ୍ରଣ୍ଟ କ୍ୟାମେରା ଅର୍ଥାତ୍ ସେଲଫି କ୍ୟାମେରାରେ ମିରର୍ ଇଫେକ୍ଟ ଦେଇଥାଏ । ଏମିତି ଭାବେ ଯିଏ କୌଣସି ସେଲଫି ନେଇଥାଏ ତ କ୍ୟାମେରାରେ ସିଧା ନଜର ଆସିଥାଏ । କିନ୍ତୁ ଫଟୋ ଓଲଟା ହୋଇଯାଏ । ଏହି ପରିସ୍ଥିତିରେ ଏହି ଇଫେକ୍ଟକୁ ଅଫ୍ କରିବା ନିହାତି ଜରୁରୀ ଅଟେ ।

ଆଣ୍ଡ୍ରଏଡ୍ ଓଏସ ରେ ଇଫେକ୍ଟ ନଥାଏ –
ସେଲଫି କ୍ୟାମେରର ମିରର ଇଫେକ୍ଟ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମର ଅଂଶ ବିଶେଷ ନୁହେଁ ଅର୍ଥାତ୍ ଯେଉଁ ସ୍ମାର୍ଟଫୋନରେ କଂପାନୀର କୌଣସି ଓଏସ୍ ଥାଏ । ଏଥିରେ ଏହି ଇଫେକ୍ଟ ଥାଏ । ବାସ୍ତବିକ୍ ଅନେକ ଭାରତୀୟ ଓ ଚାଇନିଜ୍ କଂପାନୀ ସ୍ମାର୍ଟଫୋନରେ ନିଜର ଆଣ୍ଡ୍ରଏଡ୍ ଭଲ ଅପରେଟିଂ ସିଷ୍ଟମ ଦେଇଥାଏ । ଏଥିରେ କ୍ୟାମେରାରେ ମିରର୍ ଇଫେକ୍ଟ ଆସିଯାଏ ।
( ସୌଜନ୍ୟ-ଦୈନିକ ଭାସ୍କର)