କଅଁଳ ମନର ବାଚାଳପଣ ! ଦାମୀ କ୍ୟାମେରା ନୁହଁ ପିନ୍ଧା ଚପଲ ସାଜିଲା ମୋବାଇଲ୍ କ୍ୟାମେରା ,ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ମନକୁ ଖୁସି କରିଦେଲା ଭଳି ଫଟୋ ।  

633

ଛୋଟ ଛୋଟ ଖୁସିକୁ ସାଉଁଟିବାର ସମୟ ହେଉଛି ପିଲାବେଳ । ଏହି ସମୟରେ ସବୁ ଯେମିତି ସ୍ୱପ୍ନରପୁରୀ ଭଳି ଲାଗିଥାଏ । ବାହାରର ଚାକଚକ୍ୟଠାରୁ ବହୁ ଦୂରରେ ବାଲ୍ୟାବସ୍ତାର ଠିକଣା । ଆଜିର ସମୟରେ ପ୍ରତି ଘରେ ମୋବାଇଲଟିଏ ରହିଥାଏ । ମୋବାଇଲରେ ବାପାମା’ ପିଲାଙ୍କ ସହ ସେଲ୍ଫି ନେବାକୁ ବି ଭୁଲନ୍ତି ନାହିଁ । କିନ୍ତୁ ପରିବାର ସଦସ୍ୟଙ୍କ ପାଖରେ ତ ମୋବାଇଲ୍ ଥାଏ କିନ୍ତୁ ସେହି ପିଲାଙ୍କ କମ୍ ବୟସ୍କ ପିଲା କେତେବେଳେ ଟି.ଭି ରିମୋଟକୁ ତ ଆଉ କେବେବେଳେ ଅନ୍ୟ କୌଣସି ବସ୍ତୁକୁ ମୋବାଇଲ୍ ଭାବି ଖେଳିଥାନ୍ତି । କୋମଳ ମନରେ କିଛି ସମୟ ପାଇଁ ଖୁସି ହୋଇଯାନ୍ତି । ପାଖରେ ସିନା କିଣିବା ପାଇଁ ଟଙ୍କା ନାହିଁ କିନ୍ତୁ ମନରେ ଭରିରହିଛି ଉଲ୍ଲାସର ସ୍ରୋତ ।

ଏଭଳି ଏକ ସୁନ୍ଦର ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । କଳାକାରଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ଏହି ଫଟୋଟିକୁ ଖୁବ୍ ସେୟାର୍ କରୁଛନ୍ତି । ଦଳେ ଛୋଟ ପିଲା ସେଲ୍ଫି ଉଠାଇବା ପାଇଁ କ୍ୟାମେରା ବଦଳରେ ଚପଲକୁ ମୋବାଇଲ୍ ଭାବି ଧରିଛନ୍ତି ଏବଂ ହସହସ ମୁହଁରେ ଫଟୋ ଉଠାଇବା ପାଇଁ ପୋଜ୍ ଦେଉଛନ୍ତି । ସେମାନେ ଜାଣିଛନ୍ତି ଯେ ଏହି ଚପଲ ତାଙ୍କ ଫଟୋ ଉଠାଇପାରିବ ନାହିଁ କିନ୍ତୁ ପିଲାବେଳର ନିଷ୍କପଟତା ଏହି ଫଟୋରେ ବାହାରିଆସୁଛି । ତେବେ ଏହି ଫଟୋଟିକୁ ଅମିତାଭ ବଚ୍ଚନ,ବମନ୍ ଇରାନୀ ଏବଂ ଅନୁପମ୍ ଖେର ଭଳି ବଡ ବଡ ତାରକା ଟ୍ୱିଟରରେ ସେୟାର୍ କରି ନିଜ ନିଜ ରିଆକ୍ସନ୍ ଦେଇଛନ୍ତି ।