ବିଜ୍ଞାନର ଆଉ ଏକ ଚମତ୍କାରିତା : ଆପଣଙ୍କ ଘରକୁ ସାମଗ୍ରୀ ପହଞ୍ଚାଇବ ସେଲ୍ଫ ଡ୍ରାଇଭିଂ କାର୍

35

ଚଲାବୁଲା ଦୋକାନ ପରି କାମ କରିବ ସେଲ୍ଫ ଡ୍ରାଇଭିଂ କାର । ସେଲ୍ଫ ଡ୍ରାଇଭିଂ କାର କମ୍ପାନୀ ଅଟୋଏକ୍ସର କହିବା ଅନୁସାରେ ସିଲିକନ ଭାଲିରେ ଏପରି କାର କାମ କରିବା ପାଇଁ ଯାଉଛି । ଯାହା ସ୍ମାର୍ଟଫୋନ୍ ଆପ୍ଲିକେସନ ସହ ସଂଯୋଗ ହୋଇରହିବ । ଯଦ୍ୱାରା ଗୋଟିଏ କ୍ଲିକରେ ଲୋକେ ସୁବିଧା ଉଠାଇ ପାରିବେ
ଏହି ସେବା ଚଳିତ ମାସ କାଲିଫର୍ଣ୍ଣନିଆର କିଛି ସହରରେ ଆରମ୍ଭ ହୋଇଯାଇଛି । ଏଥିରେ ଆମାଜନର ସାମଗ୍ରୀ ମଧ୍ୟ ଉପଲବ୍ଧ ।

ଅଟୋଏକ୍ସର ଫାଉଣ୍ଡର ଓ ସିଇଓ Jianxiong Xiao କହିଛନ୍ତି, ଆମେ ଏହି  ସେବା ନେଇ ବହୁତ ଉତ୍ସାହିତ । ଏହି ସେଲ୍ଫ ଡ୍ରାଇଭିଂ କାର ଘରୋଇ ସାମଗ୍ରୀକୁ ଡେଲିଭର କରିବା ପାଇଁ ଯାଉଛି ।

ସୂଚନା ଅନୁସାରେ ଏହି ସେବା ଯୋଗୁଁ ଗ୍ରାହକ ନିଜେ କାର ଡୋର ଖୋଲି ନିଜ ହିସାବରେ ସାମଗ୍ରୀ ନେଇପାରିବେ ।

 

ସୂଚନାଯୋଗ୍ୟ ଅଟୋଏକ୍ସ ଆପ୍ ବ୍ୟବହାର କରି ଲୋକେ ଘରୋଇ ସାମଗ୍ରୀର ଅଡ଼ର ମଧ୍ୟ କରିପାରିବେ ।