ବିଧାନସଭାରେ ହେଲିକପ୍ଟର ବିବାଦ ! ନରସିଂହ କହିଲେ, ଏହା ଲକ୍ଷ ଲକ୍ଷ ଓଡିଆଙ୍କ ଭାବାବେଗକୁ ଆହତ କରିଛି ସେପଟେ ବିଜେଡି କହିଲା, ଏମିତି ଘଟଣା ଦୁର୍ଭାଗ୍ୟଜନକ

79

କନକ ବ୍ୟୁରୋ: ବିଧାନସଭାରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡାଣକୁ ନେଇ ହୋହାଲ୍ଲା । ଚିଲିକା ତଥା ନୋ ପ୍ଲାଇଂ ଜୋନରେ ବୈଜୟନ୍ତ ପଣ୍ଡାଙ୍କ ଚପର ଉଡାଇବାକୁ ନେଇ ଆଜି ବିଧାନସଭାରେ ହଟ୍ଟଗୋଳ ଜାରି ରହିଛି । ଏପରିକି ଏହାକୁ ବିରୋଧ କରି ବିଜେଡି ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ । ଏହାପରେ ବିଜେଡି ସଦସ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତି ତଳେ ଧାରଣା ଦେଇଥିଲେ ।

ଅଭିଜିତ ଆୟରଙ୍କ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳର ନେତା ନରସିଂହ ମିଶ୍ର । ଶୂନ୍ୟକାଳରେ କୋଣାର୍କ ଓ ଶ୍ରୀମନ୍ଦିର ଉପରେ ଚପର ଉଡାଇବା ଏବଂ ସୋସିଆଲ ମିଡିଆରେ ଆପତିଜନକ ବିବୃତିକୁ ବିରୋଧ କରିଛନ୍ତି ନରସିଂହ ମିଶ୍ର । ଉପ ଯୁକ୍ତ ଦଣ୍ଡ ବିଧାନ କରାଯାଉ, ଏହା ଲକ୍ଷ ଲକ୍ଷ ଓଡିଆଙ୍କ ଭାବାବେଗକୁ ଆହତ କରିଛି ବୋଲି ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।

ସେପଟେ, ସଂଜୟ ଦାସବର୍ମା କହିଛନ୍ତି କି, ଚିଲିକା ବିରଳ ଡଲଫିନ, ମତ୍ସ୍ୟସଂପଦ ଏ ବିଦେଶୀ ପକ୍ଷୀଙ୍କ ସମାଗମ ସ୍ଥଳୀ । ଜୈବ ବିବିଧତା କ୍ଷେତ୍ର ପ୍ରକୃିତର ଅପୂର୍ବ ଦାନ । ୩ ଲକ୍ଷ ମତ୍ସ୍ୟଜୀବି ଚିଲିକା ଉପରେ ନିର୍ଭର କରୁଛନ୍ତି । ଚିଲିକାକୁ ବଂଚେଇବା ପାଇଁ ବିଜୁ ବାବୁ ସିଡିଏ ଗଠନ କରିଥିଲେ । ସି ପ୍ଲେନ ପ୍ରକଳ୍ପକୁ ଆମେ ବିରୋଧ କରୁଥିଲୁ । କେନ୍ଦ୍ର ସରକାର ଏଥିପାଇଁ ଏପ୍ରସ୍ତାବକୁ ବନ୍ଦ କଲେ । କିନ୍ତୁ ଏବାବଦ ନଥମୁଣୁ ପୁଣି ଏମିତି ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସଂଜୟ ଦାସବର୍ମା । ସେ ଆହୁରୀ ମଧ୍ୟ କହିଛନ୍ତି କି, ବୈଜୟନ୍ତ ହେଲିକପ୍ଟର ଉଡାଇବା ଘଟଣା ତଦନ୍ତ ଚାଲିଛି ହ୍ୟାଙ୍ଗର ସିଲ କରାଯାଇଛି । ସମସ୍ତେ ସେ ଭିଡିଓ ଦେଖନ୍ତୁ । ଯଦ ଏ ଭିଡିଓ ସତ ହୋଇତାଏ , ଓଡିଆ ହିସାବରେ ଆମେ କଦାପି ବରଦାସ୍ତ କରିବୁନି । ବିଶ୍ୱ ଐତିହ୍ୟ ସମ୍ମୁଖରେ ମୁସଲିମ ତିଆରି କରିଛନ୍ତି ଉତ୍ତର ଓ ରାମ ମନ୍ଦିରରେ ଏମିତି କଳାକୃତିକୁ ସ୍ଥାନ ଦିଆ୧ିବନି ବୟାନକୁ କୋଟି କୋଟି ଓଡିଆଙ୍କ ପାଇଁ ଚ୍ୟାଲେଂଜ । ଗୃହରେ ଏବିଷୟରେ ସହମତି ହେବା ଦରକାର ବୋଲି ବିଜେଡି ନେତା ସଂଜୟ ଦାସବର୍ମା କହିଛନ୍ତି ।

ଚିଲିକା ପାଣିର ଅତି ନିକଟରେ ହେଲିକପ୍ଟର ଉଡାଇବା ନେଇ ଅଭିଯୋଗ ହେବା ପରେ ଆଜି ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିର ଉପରେ ହେଲିକପ୍ଟର ଉଙ୍ଗାଇବାର ଭିଜୁଆଲ ସାମନାକୁ ଆସିଛିା ହେଲିକପ୍ଟରରେ ବସିଥିବା ଅଭିଜିତ ଆୟାର ମିତ୍ର ନାମକ ଜଣେ ବ୍ୟକ୍ତି ଟୁଇଟରରେ ଭିଜୁଆଲ ପୋଷ୍ଟ କରିବା ପରେ ଏହା ସାମନାକୁ ଆସିଛି । ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଚିଲିକା ଉପରେ ଉଡୁଥିବା ବେଳେ ମଧ୍ୟ ଏହି ବ୍ୟକ୍ତି ସେହି ହେଲିକପ୍ଟରରେ ବସିଥିଲେ ।

ଏହି ବ୍ୟକ୍ତି ଜଣକ କୋଣାର୍କ ମନ୍ଦିର ଆଗରେ ଛିଡାହୋଇ ଏହା ଏକ ପବିତ୍ର ସ୍ଥାନ ନୁହେଁ ବୋଲି କହିଛନ୍ତି । ହିନ୍ଦୁ ମାନଙ୍କ ବିରୋଧରେ କୋଣାର୍କ ମନ୍ଦିର ମୁସଲମାନ ଶାସକଙ୍କ ଏକ ଷଡଯନ୍ତ୍ର ବୋଲି ଏହି ବ୍ୟକ୍ତି ଜଣକ କହିଛନ୍ତି । ଏଭଳି ଅଶାଳୀନ ମନ୍ତବ୍ୟ ନେଇ ଟୁଇଟରରେ ଛାଡିବା ଘଟଣା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଶ୍ରୀମନ୍ଦିର ଉପରେ ହେଲିକପ୍ଟର ଉଡିବା ଘଟଣାକୁ ନେଇ ବିଜେଡି ସଦସ୍ୟମାନେ ଆଜି ବିଧାନସଭାରେ ହଟ୍ଟଗୋଳ କରିଛନ୍ତି । ବିଜେଡି ସଦସ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତି ତଳେ ଧାରଣା ଦେଇଥିଲେ ।