ଦେଶଦ୍ରୋହ ମାମଲାରେ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଗିରଫ । ପୂର୍ବରୁ ଏନବିଡବ୍ଲୁ ଜାରି କରିଥିଲା କୋର୍ଟ ।

447

କନକ ବ୍ୟୁରୋ: କଂଗ୍ରେସ ନେତା ହାର୍ଦିକ ପଟେଲଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ବିରୋଦରେ ଥିବା ଦେଶଦ୍ରୋହ ମାମଲା ନେଇ ପୂର୍ବରୁ କୋର୍ଟ ଗିରଫ ପରବାନା ଜାରି କରିଥିଲେ । ତାଙ୍କୁ ଆସନ୍ତା ୨୪ ତାରିଖରେ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା । ତେବେ ତାର ପୂର୍ବରୁ ହାର୍ଦିକଙ୍କୁ ବିରମଗାଁ ନିକଟସ୍ଥ ହାସଲପୁରରୁ ଗିରଫ କରିଛି ପୋଲିସ ।

୨୦୧୫ରେ ପଟିଦାର ସଂରକ୍ଷଣ ଦାବି ନେଇ କରିଥିବା ରାଲି ପରେ ପରେ ଉତେଜନା ପ୍ରକାଶ ପାଇଥିଲା । ଏହାକୁ ନେଇ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା । ତେବେ ମିଳିଥିବାସୂଚନା ଅନୁସାରେ, ଏହା ମାମଲାର ଶୁଣାଣି ସମୟରେ ସେ ନିୟମିତ ଅନୁପସ୍ଥିତ ରହିଥିଲେ । ତେଣୁ ତାଙ୍କ ବିରୋଧରେ କୋର୍ଟ ଜାମିନ ବିହୀନ ଗିରଫ ପରବାନା ଜାରି କରିଥିଲେ ।