ହ୍ୟାକ ହେବ ନାହିଁ ଫେସବୁକ ଆକାଉଣ୍ଟ, ଯଦି ଆପଣେଇବେ ଏହି ୫ଟି ଟିପ୍ସ

108

ଫେସବୁକରେ ଆମେ ସମସ୍ତେ ସକ୍ରିୟ ରହୁ, ହେଲେ ଆପଣ କେବେ ଭାବିଛନ୍ତି କି ଆପଣଙ୍କ ଫେସବୁକ ଆକାଉଂଟ ହ୍ୟାକ ହୋଇପାରେ । ତେବେ ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । ଏଠାରେ ଆମେ ଆପଣଙ୍କୁ କିଛି ଟିପ୍ସ ଦଉଛୁ, ଯଦ୍ୱାରା ଆପଣ ଫେସବୁକ ପ୍ରୋଫାଇଲର ସଂପୂର୍ଣ୍ଣ ସୁରକ୍ଷା ନେଇପାରିବେ ।

• ଲଗଇନ ଆଲର୍ଟର ବ୍ୟବହାର କରନ୍ତୁ : ଆପଣଙ୍କ ଫେସବୁକର ଲଗଇନ ଆଇଡି ଓ ପାସୱାର୍ଡ ଅନ୍ୟ କାହା ପାଖରେ ଥିଲେ ମଧ୍ୟ ଆପଣଙ୍କ ପ୍ରୋଫାଇଲକୁ ଲଗଇନ କରିପାରିବେ ନାହିଁ, ଯଦି ଆପଣ ଲଗଇନ ଆଲର୍ଟର ବ୍ୟବହାର କରୁଛନ୍ତି । ଏଥିରେ ଠିକ ୟୁଜର୍ସ ଆଇଡି ଓ ପାସୱାର୍ଡ ଏଟ୍ରିଂ କରିବା ପରେ ଆପଣଙ୍କ ମୋବାଇଲକୁ ଲଗଇନ କୋର୍ଡ ଆସିବ । ବିନା ଲଗଇନ କୋର୍ଡ ଦ୍ୱାରା ଆପଣଙ୍କ ପ୍ରୋଫାଇଲ ଖୋଲିବ ନାହିଁ ।

• ରିକ୍ୱେଷ୍ଟ ଲଗଇନ ଆପ୍ରୁଭାଲ : ଫେସବୁକରେ ଆପଣ କେବେ କେବେ ଅନଲାଇନ ରହିଛନ୍ତି, ତାହା ରିକ୍ୱେଷ୍ଟ ଲଗଇନ ଆପ୍ରୁଭାଲ ଜାଣି ପାରେ । ଯଦି ଆପଣ ଚାହିଁବେ, ନିଜେ ମଧ୍ୟ ଯାଂଚ କରିପାରିବେ । ପ୍ରକୃତରେ, ରିକ୍ୱେଷ୍ଟ ଲଗଇନ ଆପ୍ରୁଭାଲ ଜରିଆରେ ଆପଣଙ୍କୁ ଏକ କୋର୍ଡ ମିଳେ । ଏହି କୋର୍ଡରେ ହିଁ ଆପଣ ଅଜଣା ବ୍ରାଉଜରରୁ ଆଇଡି ବ୍ୟବହାର କରିପାରିବେ ।

• ଏକ୍ସଟ୍ରା କୋର୍ଡ ଜେନେରେଟ କରି ସୁରକ୍ଷିତ କରନ୍ତୁ : ଫେସବୁକ ୧୦ଟି ର୍ୟାଣ୍ଡମ କୋର୍ଡ ନିଜ ୟୁଜର୍ସଙ୍କୁ ଦେଇଥାଏ । ଏଥିପାଇଁ ଆପଣଙ୍କୁ ଆପଣଙ୍କ ଫେସବୁକ ଆକାଉଂଟର ସିକ୍ୱୁରିଟି ସେଟିଂଙ୍କୁ ଯିବାକୁ ପଡିବ, ସେଠାରେ ଏରଗ୍ଧ ମକ୍ଟୟରଗ୍ଦ ଗ୍ଧକ୍ଟ ଙ୍କଗ୍ଦର ଙ୍ଗଷରଦ୍ଭ ଚ୍ଚକ୍ଟଙ୍କ ୟକ୍ଟଦ୍ଭ’ଗ୍ଧ ଷବଙ୍ଖର ଚ୍ଚକ୍ଟଙ୍କକ୍ସ କ୍ଟ୍ରଷକ୍ଟଦ୍ଭର ଅପସନରେ କ୍ଲିକ କରିବାକୁ ପଡିବ । ଏହି କୋର୍ଡ ସେହି ସମୟରେ କାମ ଆସିବ, ଯେତେବେଳେ ଆପଣଙ୍କ ଫୋନ ଆପଣଙ୍କ ପାଖରେ ନଥିବ ଏବଂ ବିନା ଫୋନରେ ପଠାଯାଇଥିବା ପାସୱାର୍ଡ ଆପଣଙ୍କ ଆକାଉଂଟକୁ ନଖୋଲେ , ତେବେ ଏଭଳି ପରିସ୍ଥିତରେ ଏହି ସିକ୍ରେଟ କୋର୍ଡ ଆପଣଙ୍କ କାମରେ ଆସିବ ।

• ଆପଣଙ୍କୁ କେବେ ଓ କେଉଁଠାରୁ ଲଗଇନ କରିଛନ୍ତି, ଏହାର ସୂଚନା ରଖନ୍ତୁ : ଅନେକ ସମୟରେ ଆମେ ଆମର ପରିଚିତ ଲୋକଙ୍କ ସହ ପାସୱାର୍ଡ ସେୟାର କରିଥାଉ , ସେମାନେ ଭିନ୍ନ ଭିନ୍ନ ସ୍ଥାନରୁ ଲଗଇନ କରନ୍ତି । ତେବେ ଏଭଳି ପରିସ୍ଥିତିରେ ଆପଣ ଆପଣଙ୍କ ଫେସବୁକ ସିକ୍ୱୁରିଟି ସେଟିଂକୁ ଯାଆନ୍ତୁ, ଏବଂ ‘ ଡଷରକ୍ସର ଚ୍ଚକ୍ଟଙ୍କ’କ୍ସର କ୍ଷକ୍ଟଶଶରୟ ସଦ୍ଭ’ ରେ କ୍ଲିକ କରନ୍ତୁ । ଯାହା ସହାୟତାରେ ଆପଣ ବର୍ତ୍ତମାନର ଲଗଇନ ସୂଚନା ଓ ପୂର୍ବର ସୂଚନା ବାବଦରେ ଜାଣିପାରିବେ ।

• ଟ୍ରଷ୍ଟେଡ ବନ୍ଧୁଙ୍କୁ ଆଡ଼ କରନ୍ତୁ : ଯଦି କିଛି କାରଣବସତଃ ଆପଣଙ୍କ ପାଖରେ ଆପଣଙ୍କ ଫୋନ ନାହିଁ । ଇ-ମେଲ ଆଇଡି ପର୍ଯ୍ୟନ୍ତ ବି ଆପଣ ପହଂଚି ପାରୁ ନାହାନ୍ତି , ତେବେ ଏଭଳି ସମୟରେ ଏହି ବିଶ୍ୱସନୀୟ ବନ୍ଧୁମାନେ ସହାୟତାରେ ଆସନ୍ତି । ଏହାକୁ ଚଳାଇବା ପାଇଁ ସିକ୍ୱୁୁରିଟି ସେଟିଂରେ ଯାଇକି ଟ୍ରଷ୍ଟେଡ଼ କନଟ୍ୟାକ୍ଟକୁ କ୍ଲିକ କରନ୍ତୁ । ଆପଣଙ୍କ ଆକାଉଂଟର ସୁରକ୍ଷା ସମ୍ବନ୍ଧିତ ଅଧିକ ସୂଚନା ଫେସବୁକ ଜରିଆରେ ମଧ୍ୟ ପାଇ ପାରିବେ ।