ଆଜିଠୁ ପଂଚୁକ ବ୍ରତ ଆରମ୍ଭ । ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଭକ୍ତଙ୍କ ଗହଳି

ଶୃଂଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ସୁରକ୍ଷା କଡ଼ା କଡ଼ି

99

କନକ ବ୍ୟୁରୋ:  ପବିତ୍ର କାର୍ତିକ ମାସରେ ଆଜିଠାରୁ ପଂଚୁକ ବ୍ରତ ଆରମ୍ଭ ହୋଇଛି ।  ପୁରୀରେ ଏଥିପାଇଁ ଭକ୍ତଙ୍କ ଭିଡ ଜମିଛି ।  ପଂଚୁକ ୫ ଦିନ ମହାପ୍ରଭୁ ୫ଟି ସ୍ୱତନ୍ତ୍ର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିକ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।  ଶ୍ରୀମନ୍ଦିର ଅଫିସଠାରୁ   ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି ।  ସୁରକ୍ଷା ଦାୟିତ୍ୱରେ ୮୦ ଅଫିସର ସହ ୧୬ ପ୍ଲାଟୁନ ଅଫିସର ମୁତୟନ ଅଛନ୍ତି । ପଂଚୁକର ପ୍ରଥମ ଦିନରେ ଆଜି ଶ୍ରୀହର ଉତଥାପନ ଓ ଶ୍ରୀଜିଉଙ୍କ ଲକ୍ଷୀନାରାୟଣ ବେଶ ହେଉଛି । ଭିଡ ନିୟନ୍ତ୍ରଣ ପାଇଁ  ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

କାର୍ତିକ ପାଇଁ ଶ୍ରୀମନ୍ଦିରରେ ସଅଳ ଦ୍ବାରଫିଟା ନୀତି ଅନୁଷ୍ଠିତ ହେଉଥିବା ବେଳେ ସେହି ଅନୁଯାୟୀ ଅନ୍ୟାନ୍ୟ ନୀତି ବି ସଅଳ ଚାଲିଛି। ତଥାପି ପଞ୍ଚୁକ ଉପରେ ସମସ୍ତଙ୍କ ନଜର ରହିଥିବାରୁ ଏହାକୁ ଅଧିକ ଶୃଙ୍ଖଳିତ କରିବା ଉପରେ ଶ୍ରୀମନ୍ଦିର ପ୍ରଶାସନ ବିଶେଷ ଗୁରୁତ୍ବ ଦେଇଛି। ପଞ୍ଚୁକ ୫ ଦିନ ମହାପ୍ରଭୁ ଭକ୍ତଙ୍କୁ ପାଞ୍ଚଟି ସ୍ବତନ୍ତ୍ର ବେଶରେ ଦର୍ଶନ ଦେବେ। ପ୍ରଥମ ଦିନରେ ଅର୍ଥାତ୍ ଆଜି ଶ୍ରୀହରି ଉତ୍ଥାପନ ଓ ଶ୍ରୀଜିଉଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ। ଦ୍ବିତୀୟ ଦିନରେ ଶ୍ରୀଜିଉ ବାଙ୍କଚୁଳା ବେଶରେ ଦର୍ଶନ ଦେବେ। ଏହିଦିନ ଗରୁଡ଼ ଉତ୍ଥାପନ ନୀତି ଅନୁଷ୍ଠିତ ହେବ। ତୃତୀୟ ଦିନରେ ତ୍ରିବିକ୍ରମ ବେଶ, ଲକ୍ଷ୍ମୀନୃସିଂହ ବେଶରେ ଶ୍ରୀଜିଉ ଦର୍ଶନ ଦେବେ। ପଞ୍ଚୁକର ଶେଷ ଦିନରେ ଅର୍ଥାତ୍ କାର୍ତିକ ପୂର୍ଣ୍ଣିମାରେ ଶ୍ରୀଜିଉ ରାଜାଧିରାଜ ବେଶରେ ଦର୍ଶନ ଦେବେ। ପଞ୍ଚୁକ ପାଞ୍ଚ ଦିନ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ସଂପୃକ୍ତ ସେବକମାନଙ୍କୁ ନୀତି ଶୃଙ୍ଖଳିତ କରିବାକୁ ନିର୍ଦେଶ ଦିଆଯାଇଛି।

ଅନ୍ୟପଟେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଛି। ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ଅଫିସର ଓ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।