ଚେନ୍ନାଇ ଆପୋଲୋ ହସ୍ପିଟାଲ ଆଗରେ ପ୍ରଶଂସକଙ୍କ ଭିଡ଼ : ଆରୋଗ୍ୟ କାମନା କରି ଉଜାଗର ରହିଲେ ଶହଶହ ଲୋକ

30

କନକ ବ୍ୟୁରୋ : ଜୟଲଳିତାଙ୍କ ହୃଦଘାତ ସଂପର୍କିତ ଖବର ପ୍ରସାରିତ ହେବା ପରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଶହ ଶହ ସମର୍ଥକଙ୍କ ଭିଡ ଲାଗିଛି । ଗତକାଲି ରାତିରୁ ଡାକ୍ତରଖାନା ସମ୍ମୁଖରେ ଭିଡ ଲଗାଇଛନ୍ତି । ହସ୍ପିଟାଲ ଆଗରେ ବସି ରହିବା ସହ ପ୍ରିୟ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଆରୋଗ୍ୟ କାମନା କରି ପ୍ରାର୍ଥନା କରୁଛନ୍ତି ।

ଶହ ଶହ ସମର୍ଥକ ହସ୍ପିଟାଲ ଆଗରେ ରୁଣ୍ଡ ହୋଇଯିବା ଫଳରେ ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଛି । ସମର୍ଥକଙ୍କ ସଂଖ୍ୟା ବଢ଼ୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢ଼ାଇ ଦିଆଯାଇଛି । ଆପୋଲା ହସ୍ପିଟାଲ ସମ୍ମୁଖରେ ପ୍ରାୟ ୨ଶହ ପୁଲିସକୁ ମୁତୟନ କରାଯାଇଛି ।