ସ୍କୁଲ ଭିତରେ ପ୍ରବେଶ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ ! ଦିଲ୍ଲୀ ଗୁରୁଗ୍ରାମ ଘଟଣା ପରେ ନୂଆ ନିୟମ ଆଣିଲେ ଓଡ଼ିଶା ସରକାର

47

କନକ ବ୍ୟୁରୋ : ଦିଲ୍ଲୀ ଗୁରଗାଓଁର ରେୟାନ ସ୍କୁଲରେ ୭ବର୍ଷର ଶିଶୁକୁ ହତ୍ୟା ଘଟଣା ପରେ ସାରା ଦେଶରେ ସ୍କୁଲ ପିଲାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପଟେ ରାଜ୍ୟ ସରକାର ଏନେଇ ଏକ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ସ୍କୁଲ ପରିସରକୁ ସମସ୍ତ ପ୍ରକାର ଉଠାଦୋକାନୀକୁ ପ୍ରବେଶ ମନା କରାଯାଇଛି । ବିନା ପରିଚୟ ପତ୍ରରେ କାହାରିକୁ ପ୍ରବେଶ ନିଷେଧ କରାଯାଇଛି । ଗାଡିଚାଳକ ସମସ୍ତଙ୍କ ପାଇଁ ପରିଚୟ ପତ୍ର ବିନା ସ୍କୁଲ ପରିସରକୁ ପ୍ରବେଶ କରିପାରିବେ ନାହିଁ ।

ସେପଟେ ଶ୍ରେଣୀଗୃହ ଓ ଶୌଚାଳୟର ତଦାରଖ କରିବେ ସ୍କୁଲର ପ୍ରଶାସନିକ ଅଧିକାରୀ । ସ୍କୁଲ ବସରେ ସିସି କ୍ୟାମେରା ଓ ଜିପିଏସ ବ୍ୟବସ୍ଥା ରହିବ । ବସରେ ଜଣେ ଶିକ୍ଷକ ଓ ମହିଳା ସହାୟକ ଶେଷ ଷ୍ଟପେଜ୍ ପର୍ଯ୍ୟନ୍ତ ରହିବେ । ଏହା ଛଡା ଠିକା କର୍ମଚାରୀ ନିଯୁକ୍ତି ବେଳେ ପୋଲିସ ଭେରିଫିକେସନ, ଆଧାର କାର୍ଡ, ଭୋଟର କାର୍ଡ ଆଦି ଯାଂଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ସିସିଟିଭି ଲଗାଇବାକୁ କୁହାଯାଇଛି । ତେବେ ଏବେ ପ୍ରଶ୍ନ ଉଠୁଛି, ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ସଠିକ ଭାବରେ ପାଳନ ହେବକି? ନିର୍ଦ୍ଦେଶନାମା ପାଳନ କରିବା ପାଇଁ ସର୍ବନିମ୍ନ ଭିତ୍ତିଭୂମି ରହିଛି କି?