ପଥର ଫିଙ୍ଗାଳୀଙ୍କୁ ଭାରତୀୟ ସେନାର ଶେଷ ଚେତାବନୀ : ଏନକାଉଂଟର ସାଇଟକୁ ଆସିଲେ ଭୟାବହ ପରିଣତି ଭୋଗିବ

1,439

ଜାମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଓ ତା’ପରେ ହୋଇଥିବା ଏନକାଉଂଟରକୁ ନେଇ ଆଜି ସୁରକ୍ଷାବଳଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ଆତଙ୍କବାଦୀଙ୍କୁ କଡା ସନ୍ଦେଶ ଦେଇଛି ଭାରତୀୟ ସେନା । ଚିନାର କର୍ପ୍ସର ଲେଫ୍ଟିନାଣ୍ଟ ଜେନେରାଲ କେଜିଏସ୍ ଢ଼ିଲ୍ଲନ ସୂଚନା ଦେଇଛନ୍ତି କି, ସୁରକ୍ଷାବଳ ୧୦୦ ଘଂଟା ଭିତରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ କାମରାନକୁ ମାରିଛି । ସେ ଘାଟିର ପଥର ଫିଙ୍ଗାଳୀଙ୍କୁ ବି ଚେତାବନୀ ଦେଇଛନ୍ତି ।

ସେ ଜାମ୍ମୁ-କାଶ୍ମୀରର ମହିଳାଙ୍କୁ ଅପିଲ କରି କହିଛନ୍ତି କି, ସେ ନିଜ ପିଲାଙ୍କୁ ବୁଝାନ୍ତୁ ଓ ସେମାନଙ୍କୁ ସରେଣ୍ଡର କରିବାକୁ କୁହନ୍ତୁ । ସେନା ପାଖରେ ଆତ୍ମସମର୍ପଣ ପଲିସି ରହିଛି । ଏବେ ଯିଏ ବି ସେନା ବିରୁଦ୍ଧରେ ବନ୍ଧୁକ ଉଠାଇବ, ତାକୁ ମାରିଦିଆଯିବ । ଆମେ ଚାହୁଁନୁ କି କୌଣସି ବି ନାଗରିକ ଆହତ ହୁଅନ୍ତୁ । ସେନାର ଅଫିସରମାନେ ବଡ ଖୁଲାସା କରି କହିଛନ୍ତି କି, ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପଛରେ ଆଇଏସଆଇର ହାତ ଥିଲା, ତା ସାହାଯ୍ୟରେ ଜୈଶ ଆକ୍ରମଣ କରିଥିଲା ।

ସୂଚନାଯୋଗ୍ୟ, ସେନାର ଅପରେସନ୍ ଅଲଆଉଟ୍ ଆଗରେ ବଡ ସମସ୍ୟା ହୋଇ ରହିଛି ପଥର ଫିଙ୍ଗାଳୀ । ଘାଟିରେ ଆତଙ୍କବାଦୀଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି ସେନା ଉପରକୁ ପଥର ମାଡ କରୁଥିବା ଯୁବକ । କୁହାଯାଉଛି ବିଚ୍ଛିନ୍ନତାବାଦୀ ନେତାଙ୍କ ଇସାରାରରେ ଘାଟିରେ ଏଭଳି ପଥରମାଡ ହେଉଛି । ସେନାର କାର୍ୟ୍ୟାନୁଷ୍ଠାନକୁ ବିରୋଧ କରି ଜିହାଦୀ ଗୋଷ୍ଠୀଙ୍କୁ ସହାୟତା କରୁଛନ୍ତି ଏହି ପଥର ଫିଙ୍ଗାଳୀ ।