କଳାବାଘ ପାଇଁ ସୁନ୍ଦରଗଡ ଜଙ୍ଗଲରେ ବଢିଲା ସୁରକ୍ଷା ! ନଜର ରଖିବା ପାଇଁ ବନ ବିଭାଗ କଲେ ୱାଚ୍ ଟାୱାର

55

କନକ ବ୍ୟୁରୋ : ସୁନ୍ଦରଗଡ ଜଙ୍ଗଲରେ ବଢିଲା ସୁରକ୍ଷା । ହେମଗିରି ଦାଘୋରା ବିଟ୍ ଗର୍ଜନପାହାଡ ରେଞ୍ଜରେ ବ୍ଲାକ ପାନ୍ଥର ଠାବ ହେବା ପରେ ସୁରକ୍ଷା ଉପରେ ଗୁରୁତ୍ୱ ଦେଇକ୍ତି ବନବିଭାଗ । କଳା ବାଘ ସହ ଅନ୍ୟ ବାଘଙ୍କ ଉପରେ ନଜର ରଖିବା ପାଇଁ ଗର୍ଜନପାହାଡ ୱାଚ୍ ଟାୱାର କରିଛି ବନ ବିଭାଗ ।

ସୁନ୍ଦରଗଡ ଜଙ୍ଗଲରେ କଳା ବାଘ ଉପରେ ନଜର ରଖିଛି ୱାଚ ଟାୱାର । ବାଘର ଗତି ବିଧି ଅନୁଧ୍ୟାନ କରିବା ପାଇଁ ଘଂଚ ଜଙ୍ଗଲରେ ୱାଚ ଟାୱାର କରିଛି ବନ ବିଭାଗ । କଳାବାଘ ସହ ଅନ୍ୟ ବାଘଙ୍କୁ ସୁରକ୍ଷା ଦେବା ପାଇଁ ହେମଗିରି ଗର୍ଜନପାହାଡରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବ୍ଲାକ ପାନ୍ଥର ସହ ଅନ୍ୟ ଜୀବଯନ୍ତୁଙ୍କ ଉପରେ ନଜର ରଖିଛି ଜଙ୍ଗଲର ବିଭିନ୍ନ ସ୍ଥାନରେ ଲାଗିଥିବା ହାଇରିଜୋଲୁସନ୍ କ୍ୟାମେରା । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବ୍ଲୋର ମେସିନରେ ଜଙ୍ଗଲକୁ ସଫା କରାଯାଉଛି । ସେହିପରି ଶିକାରୀଙ୍କ ଅବାଧ ପ୍ରବେଶ ରୋକିବା ପାଇଁ ପାଟ୍ରୋଲିଂକୁ ବଢାଇ ଦିଆଯାଇଛି ।

ସୁନ୍ଦରଗଡର ବିଭିନ୍ନ ଜଙ୍ଗଲରେ ଗୋଟିଏ ମହାବଳ ବାଘ ସାଙ୍ଗକୁ ୧୩ ଟି କଲରାପତ୍ରିଆ ବାଘ ଥିବା ସରକାରୀ ରେକର୍ଡରେ ରହିଛି । କିନ୍ତୁ ଜିଲ୍ଲାରେ ଜଙ୍ଗଲ ସଂଖ୍ୟା ବଢିବା ସହ ଜୀବଜନ୍ତୁଙ୍କ ସଂଖ୍ୟା ମଧ୍ୟ ବଢିଛି । ଆଉ ଏକଥା କଳାବାଘ ସୂଚାଇ ଦେଇଛି । ତେବେ ପ୍ରଚଣ୍ଡ ଖରାରେ ଜଳ ଉତ୍ସ ଶୁଖି ଯାଇଥିବା ଯୋଗୁଁ ଜଙ୍ଗଲରେ ପାଣି ପାଇଁ ବ୍ୟବସ୍ଥା କରାଯାଇଛି । ହେମଗିରି ଜଙ୍ଗଲରେ କଳା ବାଘ ଠାବ ହେବା ପରେ ତାକୁ ସୁରକ୍ଷା ଦେବା ପାଇଁ ସଂପୂର୍ଣ୍ଣ ଭାବରେ ଲାଗିପଡିଛି ସୁନ୍ଦରଗଡ ବନବିଭାଗ ।