କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ପାଟକୁରା ଭୋଟ ଗଣତି : ଗଣତି କେନ୍ଦ୍ର ବାହାରେ ପ୍ରମୁଖ ତିନି ଦଳର ସମର୍ଥକଙ୍କ ଭିଡ଼

90

କନକ ବ୍ୟୁରୋ : ଆଜି ପ୍ରକାଶ ପାଇବ ପାଟକୁରା ମହାଯୁଦ୍ଧର ଫଳାଫଳ । ଆରମ୍ଭ ହୋଇଯାଇଛି ଭୋଟ୍ ଗଣତି । ଭୋଟ୍ ଗଣତି ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ସୁରକ୍ଷାରେ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ପ୍ରଥମେ ପୋଷ୍ଟାଲ ବାଲାଟର ଗଣତି କରିଛନ୍ତି ୨୦୦ କର୍ମଚାରୀ । ପୋଷ୍ଟାଲ ବାଲାଟ୍ ଗଣତି ପରେ ଖୋଲିଲା ଇଭିଏମ୍ । ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ଭୋଟ୍ ଗଣତି । ଅପରାହ୍ନ ୩ଟା ସୁଦ୍ଧା ଫଳାଫଳ ଆସିଯିବ ।

ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ପ୍ରଥମ ରାଉଣ୍ଡରେ ବିଜେଡ଼ି ଆଗୁଆ ରହିଛି । ପ୍ରାଥମିକ ଟ୍ରେଣ୍ଡ ଅନୁସାରେ ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୩୦୨୭ ଖଣ୍ଡ ଭୋଟରେ ଆଗୁଆ ରହିଛି । ରିଟର୍ଣ୍ଣଂ ଅଫିସର ତଥାର ଉପଜିଲ୍ଲାପାଳ ବି ଭୋଟ ଗଣତି କେନ୍ଦ୍ରରେ ଉପସ୍ଥିତ ଅଛନ୍ତି । ଗଣତି ବ୍ୟବସ୍ଥାର  ତଦାରଖ କରୁଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସମର୍ଥ ବର୍ମା । ପାଟକୁରାରେ ୩୦୯ ଟି ବୁଥ୍ ଥିବାରୁ ଏଠାରେ ୧୮ଟି ରାଉଣ୍ଡରେ ଗଣତି ହେବ । ଏଥିପାଇଁ ୧୮ଟି ଟେବୁଲର ବ୍ୟବସ୍ଥା ହୋଇଛି । ଫଳାଫଳ ଆସିବା ଆଗରୁ ପ୍ରାର୍ଥୀଙ୍କ ଛାତି ଧଡପଡ ହେଲାଣି ।