ଶିଳ୍ପ ସଂସ୍ଥାର ସୁରକ୍ଷା କର୍ମୀଙ୍କୁ ନିସ୍ତୁକ ମାଡ : ମାରଣାସ୍ତ୍ର ଧରି କାରଖାନା ଭିତରେ ପ୍ରବେଶ କରିଥିଲେ ଦୁର୍ବୃତ୍ତ

27

କନକ ବ୍ୟୁରୋ : ଶିଳ୍ପ ସଂସ୍ଥାର ସୁରକ୍ଷା କର୍ମୀଙ୍କୁ ନିସ୍ତୁକ ମାଡ । ଘଟଣା ଘଟିଛି ଢେଙ୍କାନାଳ ମେରାମୁଣ୍ଡୁଳୀରେ ଥିବା ନାଲକୋ କାରଖାନାରେ । ଗତକାଲି ବିଳମ୍ବିତ ରାତିରେ ୧୫ରୁ ଅଧିକ ଦୁର୍ବୃତ ମାରଣାସ୍ତ୍ର ଧରି କାରଖାନା ଭିତରେ ପ୍ରବେଶ କରିଥିଲେ ।

ସୁରକ୍ଷା କର୍ମୀ ସେମାନଙ୍କୁ ବାଧା ଦେବାରୁ ଆକ୍ରମଣ କରିଥିଲେ ଦୁର୍ବୃତ । ଦୁର୍ବୃତଙ୍କ ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁକ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।