ଅଜୟ ଦେବଗନ୍ ବନାମ ଆମୀର ଖାନ୍ ! ଆଜି ବଡ଼ ପରଦାରେ ଗୋଲମାଲ ଏଗେନ୍ ଓ ସିକ୍ରେଟ ସୁପରଷ୍ଟାର ମଧ୍ୟରେ କଡ଼ା ଟକ୍କର

30

ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍ ହୋଇଛି ବହୁ ଚର୍ଚ୍ଚିତ ଗୋଲମାଲ ସିନେମାର ସିକ୍ୱେଲ । ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ସିନେମାର ଟାଇଟଲ ରହିଛି-‘ଗୋଲମାଲ୍ ଏଗେନ୍’ । ମଲଟି ଷ୍ଟାରର ଏହି ସିନେମାର ମୁଖ୍ୟ ଭୂମିକାରେ ଅଛନ୍ତି-ଅଜୟ ଦେବଗନ, ତବୁ, ପରିଣୀତି ଚୋପ୍ରା, ତୁଷାର କପୁର, ଅର୍ସଦ ୱାର୍ସି, ଶ୍ରେୟସ ତଲପଡ଼େ ଓ କୁନାଲ ଖେମୁ । ପୂର୍ବରୁ ଆସିଥିବା ଗୋଲମାଲର ତିନିଟି ଯାକ ସିନେମାରେ ମୁକ ଭୂମିକାରେ ଅଭିନୟ କରିଥିବା ତୁଷାର କପୁର କିନ୍ତୁ ଏଥର କଥା କହୁଛନ୍ତି । ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ସେ କହି ପାରୁଛନ୍ତି- ତାକୁ ନେଇ ସସପେନ୍ସ ଜାରି ରହିଛି ।

ଗୋଲମାଲ ଏଗେନକୁ ଟକ୍କର ଦେଉଛି ଆମିର ଖାନଙ୍କ ସିନେମା ‘ସିକ୍ରେଟ ସୁପରଷ୍ଟାର’ । ସିନେମାରେ ଜାୟରା ୱାସିମଙ୍କ ଅଭିନୟ ଦମଦାର ହୋଇଛି ବୋଲି ଆମୀର ଖାନ କହିଛନ୍ତି । ଏହି ସିନେମା ପାଇଁ ଜାୟରା ୱାସିମଙ୍କୁ ଖୁବ ପରିଶ୍ରମ କରିବାକୁ ପଡ଼ିଥିଲା । ଏଥିରେ ଜାୟରା ଗୁରୁତପୂର୍ଣ୍ଣ ଭୂମିକାରେ ନଜର ଆସଛନ୍ତି । ଏହାସହ ଆମୀର ଖାନ ମଧ୍ୟ ଭିନ୍ନ ଚରିତ୍ରରେ ନଜର ଆସୁଛନ୍ତି । ଯାହା ଦର୍ଶକ ପସନ୍ଦ କରିବେ ବୋଲି ଚର୍ଚ୍ଚା ହେଉଛି । ଜାୟରା ୱାସିମ କିପରି ବାପାଙ୍କ ବିରୋଧ ସତ୍ୱେ ଜଣେ ସିଙ୍ଗର ହୋଇଛନ୍ତି ତାକ ନେଇ ନିର୍ମାଣ ହୋଇଛି ଏହି ସିନେମା ।