୬୬ ବର୍ଷ ବୟସରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଯୁବସୁଲଭ ଯୋଶ ! ଜାଣନ୍ତୁ ମୋଦିଙ୍କ ଫିଟନେସର ରହସ୍ୟ

26

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟସ ଯେତେ ହେଉନା କାହିଁକି, ତାଙ୍କ ଚେହେରାରେ ଆପଣ ଟିକିଏ ମଧ୍ୟ ଥକାପଣ ଦେଖବାକୁ ପାଇବେ ନାହିଁ । ୬୬ ବର୍ଷ ବୟଷରେ ମଧ୍ୟ ସେ ଯୁବକଙ୍କ ପରି ଦିନ ରାତି କାମ କରୁଛନ୍ତି । ମୋଦିଙ୍କ ପାଇଁ ଏକ ଡାକ୍ତର ମାନଙ୍କକ ଟିମ ନିୟୋଜିତ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତରଙ୍କ କହିବା ଅନୁସାରରେ ନିୟମିତ ଯୋଗ, ନିରାମିଷ ଆହାର ଏବଂ ନିଶା ସେବ ନକରିବା ହିଁ ତାଙ୍କୁ ଆଜିଯାଏ ସୁସ୍ଥ ଓ ସବଳ ରଖିଛି । ଆପଣ କେବେ ଭାବଛନ୍ତି କି ପୁରା ଭାରତକୁ ଚଳାଉଥିବା ଏକ ମଣିଷ ନଜିକୁ କେମିତି ଫିଟ୍ ରଖୁଛି । ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ମୋଦି ନିଜକୁ ଫିଟ ରଖିବ ପାଇଁ କ’ଣ କ’ଣ କରନ୍ତି ?

ଠିକ ସମୟରେ ଉଠିବା-
ନରେନ୍ଦ୍ର ମୋଦି ରାତିରେ ଯେତେ ବିଳମ୍ବରେ ଶୋଇଲେ ମଧ୍ୟ ସକାଳ ୫ ଟାରେ ଉଠିଯାଆନ୍ତି ।

ନିୟମିତ ଯୋଗ ଅଭ୍ୟାସ-
ସକାଳୁ ନଜକୁ ଫ୍ରେଶ ରଖିବା ପାଇଁ ମୋଦି ନିୟମିତ ଏକ ଘଣ୍ଟା ଯୋଗାସନ କରନ୍ତି ।

ଖବରକାଗଜ ପଢିବା-
ଯୋଗ ପରେ ଦୁନିଆଭରର ଖବର ଜାଣିବା ପାଇଁ ଖବରକାଗଜ ପଡିବା ପାଇଁ ପସନ୍ଦ କୀରନ୍ତି । ଯଦି କେବେ ସେ କୈାଣସି ଯାତ୍ରାରେ ବାହାରିଲେ ମଧ୍ୟ ସେ ନିଜ ସହ ଖବରକାଗଜ ନେବାକୁ ଭୁଲନ୍ତି ନାହିଁ ।

ଶାକାହାରୀ ଭୋଜନ-
ମୋଦି ଶାକାହାରୀ ଭୋଜନ ବହୁତ ପସନ୍ଦ କରନ୍ତି । ଏଥିପାଇଁ ଗୁଜୁରାଟୀ କାଧ୍ୟ ଭାକରୀ ଧ ଡାଲି ଖିଚୁଡି ତାଙ୍କର ପ୍ରିୟ । ଏହା ବ୍ୟତୀତ ସେ ସବୁବେଳେ ହାଲୁକା ଖାଧ୍ୟ କାିବା ପାଇଁ ପସନ୍ଦ କରନ୍ତି ।

ନବରାତ୍ରୀରେ ବ୍ରତ ରଖନ୍ତି –
ପ୍ରଧାନମନ୍ତ୍ରୀ ମୋଦି ନବରାତ୍ରୀରେ ପୁରା ୯ ଦିନ ପାଇଁ କେବଳ ଗୋଟଇଏ ଫଳ ଖାଇ ବ୍ରତ ରଖନ୍ତି ।

ଅଫିସ ପାଇଁ କେବେ ବିଳମ୍ବ କରନ୍ତି ନାହିଁ –
ସେ ସକାଳୁ ହିିଁ ଅଫିସ ପହଞ୍ଚି ଯାଆନ୍ତି । ଯେ ପର୍ଯ୍ୟନ୍ତ କାମ ଶେଷ ହୋଇନଥାଏ ସେ ପର୍ଯ୍ୟନ୍ତ ସେ କାମ କରୁଥାଆନ୍ତି ।

ଶୋଇବା ପୂର୍ବରୁ ଧ୍ୟାନ କରନ୍ତି-
ଶୋଇବା ପୂର୍ବରୁ ସେ ବହୁତ ସମୟ ପର୍ଯ୍ୟନ୍ତ ଧ୍ୟାନ କରନ୍ତି । ଧ୍ୟାନ କରିବା ଯୋଗୁଁ ସାରା ଦିନର ଷ୍ଟ୍ରେସ ଦୂର ହେବା ସହ ଠିକ ସମୟରେ ମଧ୍ୟ ତାଙ୍କୁ ନିଦ ହୁଏ ।