ରିଲିଜ ହୋଇଛି ଫିଲ୍ମ “ଶିବାୟ’ର ଦ୍ୱିତୀୟ ଟ୍ରେଲର

36

ଅଜୟ ଦେବଗନଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ଅଭିନୀତ ଫିଲ୍ମ ଶିବାୟର ଆଉ ଏକ ଟ୍ରେଲର ରିଲିଜ ହୋଇଯାଇଛି । ଅଜୟଙ୍କ ଏହି ଡ୍ରିମ ପ୍ରୋଜେକ୍ଟ ସିନେପ୍ରେମୀଙ୍କୁ ନିଶ୍ଚିତ ଭାବେ ମନ୍ତ୍ରମୁଗ୍ଧ କରିବ ବୋଲି ଆଶା କରାଯାଉଛି । ଏହି ଫିଲ୍ମରେ ଆଶ୍ଚର୍ଯ୍ୟ କରିବା ଭଳି ଷ୍ଟଂଟ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି । ଫିଲ୍ମଟି ଆକ୍ସନରେ ଭରପୁର ଯାହା,ଏହି ଟ୍ରେଲର ଦେଖିଲା ପରେ ଜଣାଯିବ ।

ଫିଲ୍ମର ଆକ୍ସନ ମଝିରେ ଗୋଟିଏ ଆବେଗପ୍ରବଣ କାହାଣୀ ମଧ୍ୟ ରହିଛି । ଅଜୟ ଦେବଗନ ଓ ଗୋଟିଏ ଛୋଟ ଝିଅ ମଧ୍ୟରେ ଥିବା ସଂପର୍କକୁ ଏଇ ଟ୍ରେଲରରେ ଦେଖିବାକୁ ମିଳିଛି । ଏହି ଫିଲ୍ମ ଦେଖିବା ପରେ ଅଜୟଙ୍କ ଫ୍ୟାନ ସଂଖ୍ୟା ବଢିଯିବ ବୋଲି ଆଶା କରାଯାଉଛି । ଅଜୟ ଦେବଗନ ମଧ୍ୟ ଟ୍ୱିଟର ରେ ଏହି ଫିଲ୍ମର ଦ୍ୱିତୀୟ ଟ୍ରେଲରକୁ ସେୟାର କରିଛନ୍ତି । ଫିଲ୍ମଟି ଅକ୍ଟୋବର ୨୮ ଦୀପାବଳି ଅବସରରେ ରିଲିଜ ହେବ ବୋଲି ଜଣାପଡିଛି ।