ଦ୍ୱିତୀୟ ପାଳିରେ ଜଳଯୋଗାଣ ଉପରେ ଫୋକସ୍ : ପ୍ରତି ଘରକୁ ପାଇପ ଲାଇନ୍ ଯୋଗେ ପାଣି ଯୋଗାଇବେ ମୋଦି ସରକାର

204

କନକ ବ୍ୟୁରୋ : ଦ୍ୱିତୀୟ ପାଳିରେ ଜଣ ଯୋଗାଣ ଉପରେ ଗୁରୁତ୍ୱ । ପ୍ରଚଣ୍ଡ ବହୁମତରେ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ କାର୍ଯ୍ୟକାଳରେ ସ୍ୱଚ୍ଛ ଭାରତ ଅଭିଯାନକୁ ଗୁରୁତ୍ୱ ଦେଇଥିଲେ । ଆଉ ଏବେ ଦ୍ୱିତୀୟ ପାଳିରେ ଜନତାଙ୍କ ମନ ଜିଣିବା ପାଇଁ ଗ୍ରାମୀଣ ଭାରତ ଉପରେ ଫୋକସ୍ । ପ୍ରତି ଘରକୁ ପାଇପ୍ ଲାଇନ୍ ଯୋଗେ ପାଣି ପହଞ୍ଚାଇବେ ମୋଦି ସରକାର ।  ଦ୍ୱିତୀୟ ପାଳିରେ ପାଇପ୍ ଲାଇନ୍ ଯୋଗେ ଜଳସେଚନ ଓ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର । ଆଗାମୀ  ସମୟରେ ସମସ୍ତ ପରିବାରକୁ ଜଳ ଯୋଗାଇବା ସରକାରଙ୍କ ପ୍ରାଥମିକତା ରହିବ ।

ସୌଭାଗ୍ୟ ଯୋଜନାରେ ମୋଦି ସରକାର ସବୁ ଘରକୁ ବିଜୁଳି ପହଞ୍ଚାଇବା ଲକ୍ଷ୍ୟ ପାଖାପାଖି ପୁରଣ କରିସାରିଛନ୍ତି । ଆଉ ଏବେ ମୋଦି ସରକାରଙ୍କ ଫୋକସରେ ପ୍ରତି ଘରକୁ ଜଳ ଯୋଗାଣ । ତେବେ ବର୍ତ୍ତମାନ ସମୟରେ ସମସ୍ତ ପରିବାରକୁ ତଥା ସାରା ଦେଶବାସୀଙ୍କ ଘରକୁ ପାଣି ଯୋଗାଇବା ଏତେ ସହଜ ନୁହେଁ । ନୀତି ଆୟୋଗ ମିଟିଂରେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ସରକାରଙ୍କ ଏଜେଣ୍ଡା ଉପସ୍ଥାପନ କରି କହିଛନ୍ତି ଆମର ମୁଖ୍ୟ ଲକ୍ଷ୍ୟ ଜଳ ତଥା ଜଳ ସମ୍ମନ୍ଧିତ ସମସ୍ୟାରୁ ଲୋକଙ୍କୁ ରକ୍ଷା କରିବା । ଭାରତରେ ସବୁ ସମୟରେ ଉତ୍କଟ ଜଳ ସମସ୍ୟା ଲାଗି ରହିଛି । ତେବେ ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯିବ ବୋଲି ମୋଦି କହିଛନ୍ତି । ୨୦୨୪ ପର୍ଯ୍ୟନ୍ତ ସମସ୍ତ ଘରକୁ ପାଣି ପହଞ୍ଚାଇବା ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।