ସଂସଦ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ : ଉଭୟ ଗୃହରେ ପୂର୍ବତନ ବାଚସ୍ପତି ରବି ରାୟଙ୍କୁ ଶ୍ରଦ୍ଧାଂଜଳି

26

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ବଜେଟ ଅଧିବେସନର ଦ୍ୱିତୀୟ ପର୍ଯ୍ୟାୟ । ସଂସଦର ଉଭୟ ଗୃହରେ ଦିବଙ୍ଗତଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି । ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଂଜଳି ଦିଆଯାଇଛି ।

ଏହାପରେ ରାଜ୍ୟସଭାକୁ ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କରାଯାଇଛି । ବିମୁଦ୍ରାକରଣ ଓ ବଜେଟର ପ୍ରସ୍ତାବକୁ ନେଇ ସରକାରଙ୍କ ଘେରିବାକୁ ବିରୋଧୀ ପ୍ରସ୍ତୁତ ହୋଇଛନ୍ତି । ଅପରପକ୍ଷରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର ।

ସକରାତ୍ମକ ଭୂମିକା ନେଇ ବିକାଶ ପ୍ରସଙ୍ଗରେ ସରକାର ଆଲୋଚନା କରିବେ ବୋଲି ଆଶା କରାଯାଉଛି । ତେବେ ଏହି ଅଧିବେସନରେ ଜିଏସଟି ବିଲ୍ ପାସ୍ ହେବା ନେଇ ରାସ୍ତା ଖୋଲିବ ବୋଲି ପ୍ରଧାନମନ୍ତ୍ରି ମୋଦି ଆଶା ରଖିଛନ୍ତି ।