୨୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ତାଲିକାରେ ଜଣେ ମହିଳା । ବିଜେଡି ଛାଡି ବିଜେପିରେ ମିଶିଥିବା ନେତାଙ୍କୁ ମିଳିଲା ଟିକେଟ ।

ଓଡିଶା ପାଇଁ ଘୋଷଣା ହୋଇଥିବା ଏହି ୨୨ ଜଣିଆ ତାଲିକାରେ କେବଳ ଜଣେ ମହିଳାଙ୍କୁ ସୁଯୋଗ ମିଳିଛି । ସେହିଭଳି ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ନେତାଙ୍କୁ ଟିକେଟ ଦେବାକୁ ଭୂଲିନି ଦଳ ।

2,373

୨୨ ବିଧାନସଭା ଆସନ ପାଇଁ ୨ୟ ପର୍ଯ୍ୟାୟ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି । ପ୍ରଥମ ପର୍ଯ୍ୟାୟରେ ୧୦ ଲୋକସଭା ଆସନ ସହ ୯୯ ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା ହୋଇଥିବା ବେଳେ ଆଉ ୫ ଲୋକସଭା ଆସନ ସହ ୨୨ ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଜାଣନ୍ତୁ କେଉଁ ନେତାଙ୍କୁ କେଉଁ ଆସନରୁ ମୈଦାନକୁ ଓହ୍ଲାଇଛି ଦଳ ।

ଭଟଲି – ଇରାଶିଷ ଆଚାର୍ଯ୍ୟ
ଦେବଗଡ – ସୁବାସ ପାଣିଗ୍ରାହୀ
ବୀରମହାରାଜପୁର – ରଘୁନାଥ ଜଗଡାଲ
ସୋନପୁର – ଅଶୋକ ପୁଜାରୀ
ବଲାଙ୍ଗୀର – ଅନନ୍ତ ଦାସ
ନୂଆପଡା – ହୋମସିଂହ ମାଝୀ
ଝରିଗାଁ – ପର୍ଶୁରାମ ମାଝୀ
ଡାବୁଗାଁ – ପଦ୍ମନ ନାୟକ
ଭବାନୀପାଟନା – ପ୍ରଦୀପ ନାୟକ
ଦଶପଲ୍ଲା – ପୂର୍ଣ୍ଣଚନ୍ଦ୍ର ନାୟକ
କବିସୂର୍ଯ୍ୟନଗର – ରଂଜନ ପଲ୍ଲାଇ
ଛତ୍ରପୁର – ପ୍ରଶାନ୍ତ କର
ଆସ୍କା – ଦେବରାଜ ମହାନ୍ତି
ସୋରଡା – ନୀଳମଣୀ ବିଶୋୟୀ
ବ୍ରହ୍ମପୁର – କାହ୍ନୁ ପତି
ଦିଗପହଣ୍ଡି – ପିଙ୍କି ପ୍ରଧାନ
ମୋହନା – ପ୍ରଶାନ୍ତ ମଲ୍ଲିକ
ଗୁଣୁପୁର – ଶିଶିର ଗମାଙ୍ଗ
ରାୟଗଡା – ବସନ୍ତ ଉଲ୍ଲାକା
ଜୟପୁର – ଗୈାତମ ସାମନ୍ତରାୟ
କୋରାପୁଟ – ତ୍ରିପୁରା ଗର୍ଦ୍ଦା
ଚିତ୍ରକୋଣ୍ଡା – ପାଡୁ ମାଝୀ
ବଡ କଥା ହେଉଛି, ଓଡିଶା ପାଇଁ ଘୋଷଣା ହୋଇଥିବା ଏହି ୨୨ ଜଣିଆ ତାଲିକାରେ କେବଳ ଜଣେ ମହିଳାଙ୍କୁ ସୁଯୋଗ ମିଳିଛି । ସେହିଭଳି ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ନେତାଙ୍କୁ ଟିକେଟ ଦେବାକୁ ଭୂଲିନି ଦଳ ।