ଓଡିଶାରେ ଚାଷୀ ସଂଖ୍ୟା ପ୍ରସଙ୍ଗରେ ବିଧାନସଭାରେ ବାକଯୁଦ୍ଧ : ଅରୁଣ ସାହୁଙ୍କୁ ନରସିଂହ ମିଶ୍ରଙ୍କ ପ୍ରଶ୍ନବାଣ, ୨୦୧୯ ରେ ଚାଷୀ ସଂଖ୍ୟା ନେଇ ରଖିପାରିଲେନି ସନ୍ତୋଷଜନକ ଉତ୍ତର

502

କନକ ବ୍ୟୁରୋ : ଷୋଡ଼ଶ ବିଧାନସଭାର ଦ୍ୱିତୀୟ ଦିନରେ କୃଷି ଓ କୃଷକ ପ୍ରସଙ୍ଗରେ ବାକଯୁଦ୍ଧ । ଚାଷୀ ପ୍ରସଙ୍ଗରେ ଆଜି ବିଧାନସଭାରେ ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । କୃଷି କୃଷକଙ୍କ ଉପରେ ପ୍ରଶ୍ନ ନେଇ କୃଷିମନ୍ତ୍ରୀ ଅରୁଣ ସାହୁ ତଥ୍ୟ ରଖିପାରିନାହାଁନ୍ତି ଚାଷୀସଂଖ୍ୟା ପ୍ରସଙ୍ଗରେ ଆଜି ପ୍ରଶ୍ନକାଳରେ ମନ୍ତ୍ରୀ ଓ ବିଧାୟକ ବାକଯୁଦ୍ଧ ଙ୍କ ମଧ୍ୟରେ ହୋଇଛି । କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରଶ୍ନବାଣ ମାରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କୃଷକଙ୍କ ସଂଖ୍ୟା ନଜାଣି ରାଜ୍ୟ ସରକାର କିପରି କାମ କରୁଛି କହି ଘେରିଛି କଂଗ୍ରେସ ।

ଆଜି ପ୍ରଶ୍ନକାଳ ସମୟରେ ଗୃହରେ ୨୦୧୦ ସୁଦ୍ଧା କେତେ ଚାଷୀ ଥିଲେ ଓ ୨୦୧୯ରେ ଏହା କେତେ ହ୍ରାସ ପାଇଛି ସେ ସନେଇ ଉତ୍ତର ଚାହିଁଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଏହାର ଉତ୍ତରରେ କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ, କୃଷି ଭିତ୍ତିକ ଉଦ୍ୟୋଗରେ ଆତ୍ମନିଯୁକ୍ତି ବଢିଛି । ସେହିପରି ଚାଷ କ୍ଷେତ୍ରରେ ଆଗ୍ରହ ସୃଷ୍ଟି ପାଇଁ ଆପିକଲ ଜରିଆରେ ୬୩ଟି ପ୍ରକଳ୍ପ ଉପରେ ରିହାତି ଦିଆଯାଉଛି ।

୨୦୧୦ ବେଳକୁ ରାଜ୍ୟରେ ୫ ୭ ଲକ୍ଷ ଲୋକ କୃଷି ଉପରେ ନିର୍ଭର କରୁଥିଲେ । ଏଥିମଧ୍ୟରୁ ୩୨ ଲକ୍ଷ ୮ ହଜାର କୃଷକ ଓ ୨୪ ଲକ୍ଷ ୨ ହଜାର କୃଷି ଶ୍ରମିକ । ହେଲେ ୨୦୧୯ ବେଳକୁ ବାସ୍ତବରେ ଚାଷ ପ୍ରତି ଆଗ୍ରହ ବଢିଛି ନା କମିଛି ସେ ତଥ୍ୟ ସରକାରଙ୍କ ପାଖରେ ନଥିବା କୃଷି ମନ୍ତ୍ରୀ ସ୍ୱୀକାର କରିଥିଲେ । ଏହାକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅରୁଣ ସାହୁଙ୍କୁ ଘେରିଥିଲେ ।