ଆଜି ଜିଲ୍ଲାପାଳ ସମ୍ମିଳନୀର ଦ୍ୱିତୀୟ ଦିନ ! ପୌରାଂଚଳ, ଯୁବ ଓ କୌଶଳ, ସ୍ୱାସ୍ଥ୍ୟ, ମେଡିସିନ୍ ଓ ସରକାରୀ ଜମିଜମା ପ୍ରସଙ୍ଗରେ ହେବ ଆଲୋଚନା

23

କନକ ବ୍ୟୁରୋ : ଆଜି ଜିଲ୍ଲାପାଳ ସମ୍ମିଳନୀର ଦ୍ୱିତୀୟ ଦିନ । ଆଜି ପୌରାଂଚଳ, ଯୁବ ଓ କୌଶଳ, ସ୍ୱାସ୍ଥ୍ୟ, ମେଡିସିନ୍ ଓ ସରକାରୀ ଜମିଜମା ପ୍ରସଙ୍ଗରେ ହେବ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିନରେ ବ୍ଲକରେ ପିସି କାରବାର ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବ୍ଲକସ୍ତରରେ ପିସି ବା ପର୍ସେଂଟେଜ କାରବାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ସଚିବାଳୟରେ ଜିଲ୍ଲାପାଳ ସମ୍ମିଳନୀର ପ୍ରଥମ ଦିନର ଦ୍ୱିତୀୟ ପର୍ଯ୍ୟାୟରେ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । କିଛିଦିନ ତଳେ ବ୍ଲକସ୍ତରରେ ପିସି କାରବାର ଚାଲିଥିବା ସ୍ୱୀକାର କରିଥିଲେ ଖୋଦ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ।

କନକ ନ୍ୟୁଜର ୱାନ ଟୁ ୱାନ କାର୍ଯ୍ୟକ୍ରମରେ ଭାଗନେଇ କହିଥିଲେ ଯେ, ବ୍ଲକ ସ୍ତରରେ ୧୩ ପ୍ରତିଶତ ପିସି କାରବାର ଚାଲିଛି । ଏବଂ ଏହାକୁ ରୋକିବା ଲାଗି ସେ ପଦକ୍ଷେପ ନେଉଛନ୍ତି । ପଂଚାୟତିରାଜ ବିଭାଗରେ ଥିବା ଦୁର୍ନୀତି ବା ପରସେଣ୍ଡଟେଜ୍ ବ୍ୟବସ୍ଥା ରୋକିବା ଲାଗି ସେ ପଦକ୍ଷେପ ନେଉଥିବା କହିଥିଲେ ।