ହୃଦରୋଗ ସଂପର୍କରେ ସଚେତନତା ସୃଷ୍ଟି କରିବା ଉଦେଶ୍ୟ : ଆରମ୍ଭ ହେଲା ଭୁବନେଶ୍ୱର ସାଇକ୍ଲୋଥନ ୨୦୧୬

40

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ହୃଦରୋଗ ସଂପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶାର ସର୍ବାଧିକ ପ୍ରସାରିତ ଖବରକାଗଜ ‘ସମ୍ବାଦ’ ଆରମ୍ଭ କରିଛି ଏକ ଅଭିନବ ପ୍ରୟାସ । ସମଗ୍ର ବିଶ୍ୱରେ ସେପ୍ଟେମ୍ବର ୨୯ରେ ପାଳିତ ହେବ ବିଶ୍ୱ ହୃଦୟ ଦିବସ । ଏହା ପାଳିତ ହେବାର ୪ ଦିନ ପୂର୍ବରୁ ଆଜି ରାଜଧାନୀରେ ଆୟୋଜିତ ହେଉଛି ଭୁବନେଶ୍ୱର ସାଇକ୍ଲୋଥନ-୨୦୧୬ ।

ସମ୍ବାଦ ପକ୍ଷରୁ ଆୟୋଜତି ହେଉଥିବା ଏହି ସାଇକେଲ ମାରାଥନ୍ କାର୍ଯ୍ୟକ୍ରମରେ ରାଜ୍ୟର ବହୁ କ୍ରୀଡ଼ା ଏବଂ ସିନେ ତାରକାଙ୍କ ସହ ଶହ ଶହ ପ୍ରତିଯୋଗୀ ସାମିଲ ହୋଇଛନ୍ତି । ସାଇକେଲ ଆରୋହୀମାନେ ଭୁବନେଶ୍ୱର ଶିଖରଚଣ୍ଡୀଠାରୁ ବାହାରି କଳିଙ୍ଗଷ୍ଟାଡିୟମ୍ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ସାଇକ୍ଲୋଥନକୁ ପତାକା ଦେଖାଇ ଉଦଘାଟନ କରିଛନ୍ତି କ୍ରୀଡାମନ୍ତ୍ରୀ ସୁଦାମ ମାରାଣ୍ଡି । ହୃଦରୋଗ ସଂପର୍କରେ ଲୋକଙ୍କୁ ସଚେତନ କରିବା ଉଦେଶ୍ୟରେ ଏହି ମାରାଥନରେ ସାମିଲ ହୋଇଛନ୍ତି ବହୁ ପ୍ରତିଯୋଗୀ ।