ମୋଦିଙ୍କ ଉପରେ ତିଆରି ହେଉଛି ଚଳଚିତ୍ର ! ଅଭିନୟ କରିବେ ପରେଶ ରାୱଲ୍

39

ବଲିଉଡରେ ଏବେ ଚାଲିଛି ଆତ୍ମଜୀବନୀ ଉପରେ ଚଳଚିତ୍ର ତିଆରି କରିବାର ଟ୍ରେଣ୍ଡ । ଗତ କିଛିଦିନ ତଳେ ଦୁଇଟି ବଡ ଚଳଚିତ୍ର ବାବଦରେ ଘୋଷଣା ହୋଇଥିଲା । ହେଲେ ଏବେ ସାମ୍ନାକୁ ଆସିଛି ସମସ୍ତଙ୍କୁ ଚକିତ କଲାଭଳି ଖବର । ଆଉ ଏହି ଖୁଲାସା କରିଛନ୍ତି ବଲିଉଡର ଦମଦାର କଳାକାର ପରେଶ ରାୱଲ୍ ।

ଟ୍ୱିଟରରେ ଗୋଟିଏ ପ୍ରଶ୍ନ ଉପରେ ଜବାବ ରଖି ଏହା କହିଛନ୍ତି ବିଜେପି ସାଂସଦ ତଥା ବଲିଉଡ୍ର ଏହି ଷ୍ଟାର୍ । ଟ୍ୱିଟ୍ ଯୋଗେ ସେ ସୂଚନା ଦେଇଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ତିଆରି ହେବାକୁ ଥିବା ଚଳଚିତ୍ରରେ ସେ ସାମିଲ ଅଛନ୍ତି ।

ପୂର୍ବରୁ ମୋଦିଙ୍କ ଆଦର୍ଶ ତଥା ଗୁଜୁରାଟର ଜନନାୟକ ସର୍ଦ୍ଦାର୍ ବଲ୍ଲଭ ଭାଇ ପଟେଲଙ୍କ ଭୁମିକାକୁ ନିଖୁଣ ଭାବେ ପରଦା ଉପରେ ଉପସ୍ଥାପନ କରିଥିଲେ । ୧୯୯୩ରେ ହୋଇଥିବା ଏହି ଫିଲ୍ମର ନାଁ ଥିଲା ସର୍ଦ୍ଦାର୍ । ଆଉ ଏବେ ମୋଦିଙ୍କ ଉପରେ ଆସୁଥିବା ଚଳଚିତ୍ରରେ ମଧ୍ୟ ଦେଖିବାକୁ ମିଳିବ ପରେଶଙ୍କ ଅଭିନୟ ଚାତୁରୀ ।