ମାଓପ୍ରବଣ ଅଂଚଳରେ ପଂଚାୟତ ନିର୍ବାଚନକୁ ନେଇ ଚିନ୍ତା! ନିର୍ବାଚନ କମିସନର କହିଲେ, ବିଚ୍ଛିନ୍ନାଂଚଳ ଉପରେ ରହିଛି ତୀକ୍ଷ୍ଣ ନଜର

20

କନକ ବ୍ୟୁରୋ : ମାଓପ୍ରବଣ ଅଚଂଳରେ ନିର୍ବାଚନ ବର୍ଜନ ଧମକ ଦେଇଛନ୍ତି ମାଓବାଦୀ । ଏମିତିକି ବିଚ୍ଛିନ୍ନାଚଂଳକୁ ନୋମିନେସନ୍ ଗ୍ରହଣ କରିବା ପାଇଁ ଯାଇଥିବା ସରକାରୀ କର୍ମଚାରୀଙ୍କୁ ମାଓବାଦୀମାନେ ଅପହରଣ କରି ନେଇ ତାଙ୍କ ଦାବିକୁ ଦୋହରାଇଛନ୍ତି । ତେବେ ମାଓ ଅଧ୍ୟୁଷିତ ଅଂଚଳରେ କିଭଳି ନିର୍ବାଚନ କରାଯିବ ସେନେଇ ପ୍ରସ୍ତୁତି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିସନର ରବିନ୍ଦ୍ର କୁମାର ସାହୁ । କହିଛନ୍ତି ନୋମିନେସନ୍ ଗ୍ରହଣ ପ୍ରକ୍ରିୟା ସମୟରେ ପୁଲିସର ସହୟତା ନିଆଯାଇନାହିଁ ।

ହେଲେ ଆଗକୁ କିଭଳି ସୁରକ୍ଷିତ ଭାବେ ନିର୍ବାଚନ କରାଯିବ ସେନେଇ ଆଗୁଆ ପଦକ୍ଷେପ ନିଆଯିବ । ମାଓ ପ୍ରବଣ ଅଂଚଳ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ମାଲକାନଗିରିରେ ନିର୍ବାଚନ ଅଧିକାରୀଙ୍କୁ ମାଓବାଦୀମାନେ ଅପହରଣ କରିନେବା ଘଟଣାରେ ଏସପି ଓ ଜିଲ୍ଲାପାଳଙ୍କ ପାଖରୁ ରିପୋର୍ଟ ଆସିଛି । ଆସନ୍ତାକାଲି ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହେବା ପରେ ସେ ବାବଦରେ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଆବଶ୍ୟକ ପଡିଲେ ଆସନ୍ତା ୨୨ ତାରିଖରେ ପୁଣି ଥରେ କରାଯିବ ନାମାଙ୍କନ ।

ଦେଖନ୍ତୁୁ ଏହି ଭିଡିଓ :