ଶ୍ରୀମନ୍ଦିର ପ୍ରଶାସନର କଟକଣାକୁ ବରିଷ୍ଠ ସେବାୟତ ଦାମୋଦର ମହାସୁଆରଙ୍କ ଖୋଲା ଚ୍ୟାଲେଞ୍ଜ

31

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଶ୍ରୀମନ୍ଦିର ପ୍ରଶାସନର କଟକଣାକୁ ଖୋଲା ଚ୍ୟାଲେଞ୍ଜ । ରଥରେ ଚଢିବା ପାଇଁ ସେବାୟତ ପରିବାରଙ୍କୁ କେହି ଅଟକାଇ ପାରିବେ ନାହିଁ । କାହାରି ନାଲିଆଖି ଦେଖି ଅଧିକାର ଛାଡନ୍ତୁ ନାହିଁ କହିଛନ୍ତି ଛତିଶା ନିଯୋଗ ସେବାୟତ । ଏଭଳି ଆହ୍ୱାନ କରିଛନ୍ତି ବରିଷ୍ଠ ସେବାୟତ ଦାମୋଦର ମହାସୁଆର । ଏପରିକି ଏ ସଂପର୍କିତ ଏକ ନୋଟିସ ସେ ଲଗାଇଛନ୍ତି । ମନ୍ଦିର କାନ୍ଥରେ ଲାଗିଥିବା ଏହି ନୋଟିସରେ ପ୍ରଶାସନିକ କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରିବାକୁ ଆହ୍ୱାନ ଦିଆଯାଇଛି । ନୀଳାଦ୍ରି ବିଜେ ଦିନ ଚାର ଉପରକୁ ଯାଇ ସେବାୟତଙ୍କ ପରିବାର ସଦସ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରମ୍ପରା ରହିଛି । ତେଣୁ ଏହି ଅଧିକାରକୁ କେହି କ୍ଷୁର୍ଣ୍ଣ କରିପାରିବେ ନାହିଁ ବୋଲି ଦାମୋଦର ମହାସୁଆର କହିଛନ୍ତି । ଏଥିପାଇଁ ସହଯୋଗ ଚାହୁଁଥିଲେ ବଟଗଛ ତଳେ ଥିବା ପ୍ରତିହାରୀ ନିଯୋଗର ୨ ନମ୍ବର ଶାଖା କାର୍ଯ୍ୟାଳୟରେ ତାଙ୍କୁ ସାକ୍ଷାତ କରିପାରିବେ ବୋଲି ନୋଟିସରେ ଲେଖାଅଛି । କଣ କହିଛନ୍ତି ସେବାୟତ ଦାମୋଦର ମହାସୁଆର ଦେଖିବା ଏହି ଭିଡିଓରେ :