ମହଙ୍ଗା ପଡିଲା ବିଶୃଙ୍ଖଳା : ୯ ସେବାୟତଙ୍କୁ ନିଲମ୍ବନ କଲା ପ୍ରଶାସନ

24

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ମହଙ୍ଗା ପଡିଲା ମହାପ୍ରଭୁଙ୍କ ନିଳାଦ୍ରୀବିଜେରେ ବିଶୃଙ୍ଖଳା । ୯ ସେବାୟତଙ୍କୁ ନିଲମ୍ବନ କଲା ପ୍ରଶାସନ। ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ନେଇ କାର୍ଯ୍ୟାନୁଷ୍ଠାନ ହୋଇଛି । ଏଥିସହ ମହାପ୍ରଭୁଙ୍କ ପହଣ୍ଡିରେ ବିଳମ୍ବ ଏବଂ ରଥରେ ଅନଧିକାର ଚଢିବା ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସମସ୍ତ ୯ ଅଭିଯୁକ୍ତଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର । ବିଶୃଙ୍ଖଳାର ମୁଖ୍ୟ ଅଭିଯୁକ୍ତ ଦାମୋଦର ମହାସୁଆରଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ଭୀମସେନ ପଲଙ୍କଧାରୀ, ଜୟକୃଷ୍ଣ ମହାପାତ୍ର, ଇପ୍ସିତ ପ୍ରତିହାରୀ, ଭାଗୀରଥି ଖୁଂଟିଆ, ରବି ଦାଶ, କାଶୀନାଥ ଖୁଂଟିଆ ଓ ସାଇନା ଖୁଂଟିଆଂକୁ ନିଲମ୍ବିତ କରାଯାଇଛି । ମହାପ୍ରଭୁଙ୍କ ନିଳାଦ୍ରୀବିଜେ ବେଳେ ପ୍ରଶାସନକୁ ଚ୍ୟାଲେଂଜ ଦେଇ ରଥ ଉପରକୁ ପରିବାରକୁ ଚଢାଇଥିଲେ ଦାମୋଦର ମହାସୁଆର ।  ଆଉ ପ୍ରତିବାଦ କରିବାରୁ ଜିଲ୍ଲାପାଳ ଓ ଗଣମାଧ୍ୟମ ଉପରେ ଆକ୍ରମଣ କରିଥିଲେ । ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର କରିବା ସହ ହତ୍ୟା ଧମକ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ।