ସାମ୍ବାଦିକଙ୍କୁ ବିରୋଧ କରି ସେବାୟତଙ୍କ ଶୋଭାଯାତ୍ରା

23

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଫଟୋ ଉଠାଇବା ଦୋଷ ହେଲା । ଗଣମାଧ୍ୟମଙ୍କୁ ବିରୋଧ କରି ସେବାୟତଙ୍କ ରାଲି । ୧୧ ଦଫା ଦାବି ନେଇ ଏହି ରାଲିରେ ସିଂହଦ୍ୱାରଠୁ ଆରମ୍ଭ କରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ ସେବାୟତ । ରଥଯାତ୍ରା ବେଳେ ଅରୁଣ ସ୍ତମ୍ଭରୁ ସିଂହଦ୍ୱାର ମଧ୍ୟରେ ଗଣମାଧ୍ୟମ ପ୍ରତିନିଧି ରହିବା ନେଇ ବ୍ୟବସ୍ଥାବଳୀରେ ବାରଣ ଥିବା ବେଳେ କିଭଳି ସେମାନଙ୍କୁ ଏହି ସୁଯୋଗ ଦିଆଗଲା ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି । ଏନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସେବାୟତ । ସେପଟେ ସଂଧ୍ୟା ଧୂପ ନୀତିରେ ବିଭ୍ରାଟ ହୋଇଛି । ଅପରାହ୍ନରୁ ଶ୍ରୀଜଗନ୍ନାଥଙ୍କ ପାଖରେ ଲାଗି ହୋଇଛି ସଂଧ୍ୟା ଧୂପ । ଆଜି ଅପରାହ୍ନ ୪ଟା ୩୦ରୁ ଆରମ୍ଭ ହେଲା ସଂଧ୍ୟା ଧୂପ । ସାଧାରଣତଃ ରାତି ପ୍ରାୟ ୯ ବେଳେ ସଂଧ୍ୟା ଧୂପ ସରୁଥିବା ବେଳେ ଆଜିର ଏହି ନୀତି କଣ ନୂଆ ପରମ୍ପରା ସୃଷ୍ଟି କରିଛି କି? ଏଭଳି ଏକ ପ୍ରଶ୍ନ ସୃଷ୍ଟି ହୋଇଛି।