ସେବାୟତଙ୍କୁ ଘାରିଲା ଗିରଫ ଭୟ : ହାଇକୋର୍ଟରେ ତିନି ସେବାୟତଙ୍କ ଆଗୁଆ ଜାମିନ୍ ଆବେଦନ

16

ପୁରୀ ,ବ୍ୟୁରୋ , କନକ ନ୍ୟୁଜ୍ : ସେବାୟତଙ୍କୁ ଘାରିଲା ଗିରଫ ଭୟ । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ତିନି ସେବାୟତ । ଏମାନେ ହେଲେ ଦାମୋଦର ମହାସୁଆର , ଜୟକୃଷ୍ଣ ମହାସୁଆର ଓ ହରିନାରାୟଣ ଖୁଂଟିଆ । ନୀଳାଦ୍ରି ବିଜେ ମହାବିଭ୍ରାଟ୍ ନେଇ ଆଜି ସରୁଛି ପ୍ରଶାସନର ଦୁଇ ଦିନିଆ ମହଲତ । ତେବେ ଏହାପୂର୍ବତୁ ତିନି ସେବାୟତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଜି ରାତି ସୁଦ୍ଧା ଅଭିଯୁକ୍ତମାନେ ଆତ୍ମସମର୍ପଣ ନକଲେ ସେମାନଙ୍କ ସଂପତି  ବାଜ୍ୟାପ୍ତି ଓ ପଳାତକ ଘୋଷଣା ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି ସାର୍ଥକ ଷଡଙ୍ଗୀ । ଏହା ସହ ଅଭିଯୁକ୍ତ ମାନଙ୍କୁ ଯିଏ ଆଶ୍ରୟ ଦେଇଥିବା ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ ବୋଲି ସାର୍ଥକ ଷଡଙ୍ଗୀ କହିଛନ୍ତି । ପୂର୍ବରୁ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ ।