ସେବାୟତଙ୍କୁ ସ୍ମାର୍ଟଫୋନ୍ ମନା ! ଛତିଶାନିଯୋଗ ବୈଠକ ପରେ ନିଷ୍ପତି 

33

କନକ ବ୍ୟୁରୋ : ସେବାୟତଙ୍କୁ ସ୍ମାର୍ଟ ଫୋନ ମନା । ଆଜି ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତି ନିଆଯାଇଛି । ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଭିତରକୁ ଫୋନ ବାରଣ ଥିବା ବେଳେ ସେବାୟତମାନେ ଫୋନ ନେଉଥିଲା । କିନ୍ତୁ ଏଣିକି ଏହା ଉପରେ ମଧ୍ୟ କଟକଣା ଲାଗୁ ହୋଇଛି । ପ୍ରଶାସନ ସେମାନଙ୍କୁ ସ୍ୱତନ୍ତ୍ର ଫିଚର ଫୋନ ଓ ସିୟୁଜି ପ୍ରଦାନ କରିବ । ଦିନ ସାରା ସେବାୟତ ଓ କର୍ମଚାରୀ ଶ୍ରୀମନ୍ଦିର ଭିତରରେ ରହୁଥିବାରୁ ଫୋନର ଆବଶ୍ୟକତା ରହିଛି । କିନ୍ତୁ ସ୍ମାର୍ଟ ଫୋନ ବଦଳରେ ବିନା କ୍ୟାମେରା ଓ ବିନା ଇଂଟରନେଟ୍ ବ୍ୟବସ୍ଥା ଥିବା ଫୋନକୁ ବ୍ୟବହାର କରିପାରିବେ ବୋଲି ନିଷ୍ପତି ନିଆଯାଇଛି ।

ତେବେ ଏନେଇ ପ୍ରଶାସନ ବିଭିନ୍ନ ଟେଲିଫୋନ କମ୍ପାନୀ ସହ ଆଲୋଚନା କରି ପରବର୍ତୀ ବୈଠକରେ ଆଲୋଚନା କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ର୍ରଶାସକ କହିଛନ୍ତି । ଗତି କିଛି ଦିନ ତଳେ ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ସେଲ୍ଫି ଫଟୋ ଭାଇରାଲ ହେବା ପରେ ବିବାଦ ସୃଷ୍ଟି ହୋଇଥିଲା । ସେବାୟତଙ୍କ ସହାୟତାରେ ଶ୍ରଦ୍ଧାଳୁ ମନ୍ଦିର ଭିତରେ ପଶି ଫଟୋ ଉଠାଇଥିବା ନେଇ ଅଭିଯୋଗ ହୋଇଥିଲା । ସେବାୟତମାନେ ସ୍ମାର୍ଟଫୋନ ନେଉଥିବାରୁ ଏହାର ସୁବିଧା ନେଇ କିଛି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ଫୋନ ନେଉଛନ୍ତି । ତେଣୁ କଟକଣା ଜରୁରୀ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।