ସିସୋର ଚିଟଫଣ୍ଡ ଠକେଇ ମାମଲା : ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଲିଙ୍କ ନେଇ ସିବିଆଇରେ ହାଜର ହେଲେ୧୨ରୁ ଅଧିକ ବ୍ୟକ୍ତି

34

କନକ ବ୍ୟୁରୋ : ସିସୋର ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇରେ ହାଜର ହୋଇଛନ୍ତି ୧୨ଜଣ ବ୍ୟକ୍ତି । ଏମାନଙ୍କ ଭିତରେ କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସ୍ତ୍ରୀ ଲକ୍ଷ୍ଣୀବିଳାସିନୀ ବିଶ୍ୱାଳଙ୍କ ଓକିଲ ଅଛନ୍ତି । ସିସୋର ସହ ବିଧାୟକଙ୍କ ଲିଙ୍କ ନେଇ ଖୋଳତାଡ କରୁଛି ସିବିଆଇ । ସିସୋର ସହ ପ୍ରଭାତ ବିଶ୍ୱାଳଙ୍କର କି ପ୍ରକାର ଲିଙ୍କ ରହିଛି ତାର ଖୋଳତାଡ ପାଇଁ ଏମାନଙ୍କୁ ସିବିଆଇ ଡକାଇଥିବା ଅନୁମାନ କରାଯାଉଛି ।

ପ୍ରଭାତଙ୍କ ପତ୍ନୀଙ୍କ ନାମରେ ଥିବା ଜମି କିଣାବିକାକୁ ନେଇ ଚିଟଫଣ୍ଡ ଠକେଇ ମାମଲା ଭିତରକୁ ଟାଣି ହୋଇ ଆସିଛନ୍ତି କଟକ ଚୌଦ୍ୱାର ବିଧାୟକ । ତେବେ ଏହା ପୂର୍ବରୁ ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ହାଜର ପାଇଁ ନୋଟିସ କରିବା ସହ ବିଧାୟକଙ୍କ ଘରେ ରେଡ କରିଥିଲା ସିବିଆଇ ।

ଏହାସହ ଦେଖନ୍ତୁ ଏହି ଭିଡିଓ :