ସିସୋର ଚିଟଫଣ୍ଡ ଠକେଇ ମାମଲା ! କଂପାନୀର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ କୋର୍ଟ ସମନ

30

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସିସୋର ଚିଟଫଣ୍ଡ ଠକେଇ ମାମଲା ।ଖୁବ୍ ଶୀଘ୍ର ମନି ଲଣ୍ଡରିଂ ମାମଲାର ଶୁଣାଣି ହୋଇପାରେ । ଜାନୁୟାରୀ ଶେଷ ସୁଦ୍ଧା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ମାମଲାର ଶୁଣାଣି କରାଯିବ । ଏଥିପାଇଁ ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ କୋର୍ଟ ସମନ କରିଛନ୍ତି । ପ୍ରଶାନ୍ତଙ୍କୁ ଖୋର୍ଦ୍ଦା ଜିଲ୍ଲା ଦୌରାଜଜ୍ ସମନ ଜାରି କରିଥିବା ସୂଚନା ମିଳିଛି ।

ଅନ୍ୟପଟେ ଏହି ମାମଲାରେ ସିବିଆଇ ବି ବି ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କୁ ପଚରା ଉଚରା କରିଛି । ନେତା-ଅଫିସର-ସିସୋର ମଧ୍ୟରେ ମଧ୍ୟସ୍ଥତା ନେଇ ସିବିଆଇ ତାଙ୍କୁ ଜେରା କରିଥିବା ଜଣାପଡିଛି । ସେପଟେ ସିବିଆଇରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବି.ବି ମିଶ୍ର । ତାଙ୍କ କହିବା କଥା ସିସୋର ସହ ତାଙ୍କର ସେଭଳି କୌଣସି ସମ୍ପର୍କ ନାହିଁ । ସେ କେବଳ ସିସୋର ତରଫରୁ ଏକ ପୁରସ୍କାର ଗ୍ରହଣ କରିଛନ୍ତି ।