ଅନଲାଇନରେ ଜୀବନସାଥୀ ଖୋଜୁଛନ୍ତି କି ! ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

55

ଏବେ ଅନଲାଇନର ଜମାନା ଚାଲିଛି । ଅନଲାଇନରେ ପାଠପଢ଼ା, ଖେଳ ଖେଳିବା ଠାରୁ ଆରମ୍ଭ କରି ଜୀବନସାଥୀ ବି ଆମେ ପାଇପାରୁଛୁ । ଏବେ ଅନଲାଇନରେ ବରପାତ୍ରୀ ବା କନ୍ୟାପାତ୍ର ଖୋଜିବା ଲାଗି ଶାଦି ଡଟ୍‌ କମ୍, ଜୀବନସାଥୀ ଡଟ୍‌ କମ୍‌ ଆଦି ଅନେକ ୱେବସାଇଟ ଅଛି । ଏହା ବ୍ୟତୀତ ଧର୍ମ ଓ ଜାତି ଆଧାରରେ ମଧ୍ୟ ବିିଭିନ୍ନ ୱେସାଇଟସ୍‌ ଉପଲବ୍ଧ । ଏହି ସାଇଟସ୍‌ ମାନଙ୍କରେ ଆପଣ ନିଜ ନାମ ପଞ୍ଜୀକୃତ କରି ମନପସନ୍ଦ ଜୀବନସାଥୀ ଖୋଜିପାରିବେ ।

– ପଞ୍ଜୀକରଣ ଲାଗି ଏକ ଫର୍ମ ରହିଛି, ଯାହାକୁ ଆପଣଙ୍କୁ ପୂରଣ କରିବାକୁ ପଡିବ । ଆପଣ ଚାହିଁଲେ ସେଥିରେ ନିଜର ଫଟୋ ମଧ୍ୟ ଲଗାଇ ପାରିବେ ।

– ୱେସାଇଟସରେ ନିଜର ପ୍ରୋଫାଇଲ୍‌ ପ୍ରସ୍ତୁତ କରିବା ପୂର୍ବରୁ ଚାରି ପାଞ୍ଚ ଜଣଙ୍କର ପ୍ରୋଫାଇଲ୍‌କୁ ଭଲଭାବେ ପଢ଼ନ୍ତୁ । ସେଥିରୁ ଆପଣଙ୍କୁ ଅନେକ ଆଇଡିଆ ମଳିଯିବି ଯେ ପ୍ରୋଫାଇଲରେ କ’ଣ ଓ କିପରି ଲେଖାଯିବ ।

– ପ୍ରୋଫାଇଲ୍‌ରେ ନିଜର ବା ନିଜ ପରିବାରର ପ୍ରଶଂସା ଆଦି ବିଲକୁଲ ସୂଚିତ କରନ୍ତୁ ନାହିଁ । ସେପରି କଲେ ପ୍ରୋଫାଇଲ୍‌ ପଢ଼ିବା ଲୋକ ଆପଣଙ୍କୁ ଗର୍ବୀ ମନେକରିପାରେ । ଏଣୁ ଯଥା ସମ୍ଭବ ସଂକ୍ଷିପ୍ତ ପରିଚୟ ଦିଅନ୍ତୁ ।

-ପ୍ରୋଫାଇଲ୍‌ରେ ନିଜର ବିଶେଷତ୍ୱ, ରୁଚି ଓ ଉପଲବ୍ଧ ସଂପର୍କରେ ଅବଶ୍ୟ ସୂଚନା ଦିଅନ୍ତୁ ।

– ୱେବସାଇଟ ରେ ରେଜିଷ୍ଟ୍ରେସନ୍‌ କରିବାପରେ ଆପଣଙ୍କୁ ୟୁଜର୍‌ ଆଇଡି ଓ ପାସ୍‌ଓ୍ଵାର୍ଡ ଦିଆଯିବ, ଯାହା ଦ୍ୱାରା ଆପଣ ଏହି ୱେବସାଇଟ ରେ ସାଇନ୍‌ ଇନ୍‌ କରିପାରିବେ ।

– ଫର୍ମ ପୂରଣ କରିବା ସମୟରେ ଆପଣଙ୍କୁ ନିଜର ଇମେଲ୍‌ ଆଇଡି ଦେବାକୁ ପଡିବ, ରେଜିଷ୍ଟ୍ରେସନ୍‌ ସଂପୂର୍ଣ୍ଣ ହେବା ପରେ ସେହି ମେଲ୍‌ ଆଇଡି ରେ ଆପଣଙ୍କ ପାଖକୁ ରେଜିଷ୍ଟ୍ରେସନ୍‌ ଲାଗି ଏକ ମେଲ୍‌ ପଠାଯିବ ।

– ସାଇଟ୍‌ରେ ରେଜିଷ୍ଟ୍ରେସନ୍‌ ସଂପୂର୍ଣ୍ଣଭାବେ ‘ମାଗଣା’ ଅଟେ, କିନ୍ତୁ ଅନ୍ୟ ମାନଙ୍କର ପ୍ରୋଫାଇଲ୍‌ ଦେଖିବାକୁ ହେଲେ ଆପଣଙ୍କୁ ଫିସ୍‌ ଦେବାକୁ ପଡିବ । ଆପଣ ଛଅ ମାସରୁ ଏକ ବର୍ଷ ଯାଏଁ ମେମ୍ବରସିପ୍‌ ମଧ୍ୟ ନେଇପାରନ୍ତି ।