ଏବେ ପାଳି ପୁଲିସର : ଲୁଚକାଳି ଖେଳୁଥିବା ସେବାୟତଙ୍କୁ କରିବ ସାବାଡ୍

23

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ସରିଲା ଡେଡଲାଇନ୍ । ହେଲେ ଆତ୍ମସମର୍ପଣ କଲେନି ବିଶୃଙ୍ଖଳାକାରୀ ସେବାୟତ । ଏବେ ଯେକୌଣସି ସମୟରେ ହୋଇପାରେ ଗିରଫଦାରୀ । ଅଭିଯୁକ୍ତଙ୍କ ବିରୋଧରେ ସର୍ଚ୍ଚ ୱାରେଂଟ ଜାରି ପାଇଁ କୋର୍ଟ ଯାଇଛି ପୁଲିସ୍ । ଫେରାର ସେବାୟତଙ୍କୁ ପଳାତକ ଘୋଷଣା ସହ ସମ୍ପତି ବଜ୍ୟାପ୍ତି ପାଇଁ ମଧ୍ୟ ପୁଲିସ୍ ଆବେଦନ କରିଛି । ଯାହାକି ଅଭିଯୁକ୍ତ ସେବାୟତଙ୍କ ପାଇଁ ଅଡୁଆ ବଢାଇଦେଇଛି । ମହାପ୍ରଭୁଙ୍କ ନିଳାଦ୍ରୀବିଜେରେ ବିଶୃଙ୍ଖଳା କରିଥିବା ସେବାୟତ ଏବେ ଗିରଫ ହେବା ନିଶ୍ଚିତ । ତେବେ ଗିରଫଦାରୀ ଏଡାଇବା ପାଇଁ ହାଇକୋର୍ଟରେ ଜାମିନ ଅବେଦନ କରିଛନ୍ତି ବିଶୃଙ୍ଖଳାର ମୁଖ୍ୟ ଖଳନାୟକ ଦାମୋଦର ମହାସୁଆର । ଆଉ ଦୁଇ ଅଭିଯୁକ୍ତ ବି ହାଇକୋର୍ଟ ଯାଇଛନ୍ତି । ଫଳରେ ହାଇକୋର୍ଟ ଯିବାକୁ ନିଷ୍ପତି ନେଇଛି ପୁଲିସ୍ ।

ଦାମୋଦରଙ୍କ ଏହି କାଣ୍ଡ ପରେ ଅନ୍ୟ ସେବାୟତଙ୍କ ଇମେଜରେ ଯେପରି ଦାଗ ଲାଗିଛି । ନିନ୍ଦିତ ହେଉଛନ୍ତି ଅନ୍ୟ ସେବାୟତ ଗୋଷ୍ଠୀ । ଏଭଳି ସ୍ଥିତିରେ ଗଠନ ହୋଇଛି ସେବାୟତ ଶାନ୍ତି କମିଟି । ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିଛନ୍ତି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ତେବେ ନିର୍ଦୋଷଙ୍କୁ ବଦନାମ କରାନଯାଉ ବୋଲି ସେବାୟତ ଶାନ୍ତି କମିଟି କହିଛି।