ଖୋଲୁଛି ବଳାତ୍କାରୀ ବାବା ରାମ୍ ରହିମଙ୍କ ପାପର ପସରା ! ସିରସା ଡେରା ସଚ୍ଚା ସୌଦା ଆଶ୍ରମରେ ୫ହଜାର ଯବାନଙ୍କ ଖାନତଲାସୀ

26

ss କନକ ବ୍ୟୁରୋ : ଖୋଲୁଛି ରାମରହିମଙ୍କ ପାପ ପେଡ଼ିର ପସରା । ଆଜି ସିରସା ସ୍ଥିତ ଡେରା ଆଶ୍ରମର ଜୋରଦାର ତଲାସୀ ଆରମ୍ଭ ହୋଇଛି । ହରିୟାଣା ପୁଲିସ ଓ ଅର୍ଦ୍ଧ ସାମରିକ ବାହିନୀର ପ୍ରାୟ ୫ ହଜାର ଯବାନ ଯାଂଚରେ ସାମିଲ ହୋଇଛନ୍ତି । ୭୦୦ ଏକରର ଏହି ଆଶ୍ରମରେ ଅନେକ ରହସ୍ୟ ଲୁଚିଥିବା ଅନୁମାନ କରାଯାଉଛି । ଆଜି ତଲାସୀ ବେଳେ ପ୍ଲାଷ୍ଟିକ୍ ଟଙ୍କା, ନମ୍ବର ବିହୀନ ଳଗଜୁରୀ କାର, କମ୍ପୁଟର, ଲାପଟପ୍, କିଛି ପୁରୁଣା ନୋଟ ଜବତ କରାଯାଇଛି । ସେପଟେ ୨ ଜଣ ନାବାଳିକାଙ୍କ ସମେତ ୩୪ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

eeପୁରୁଣା ଦଶ ପଇସା ଆକାରର ପ୍ଲାଷ୍ଟିକ୍ କଏନ । କମଳା ରଂଗର ଏହି କଏନର ମୂଲ୍ୟ ୧୦ ଟଙ୍କା ଏବଂ ପୁରୁଣା ୫ ପଇସା ଆକୃତିର ନୀଳ ରଂଗର ପ୍ଲାଷ୍ଟିକ କଏନର ମୂଲ୍ୟ ଏକ ଟଙ୍କା । ଏହା ପିଲାଙ୍କ ଖେଳନା ଟଙ୍କା ନୁହେଁ ଏହା ହେଉଛି ଡେରା ଆଶ୍ରମର ମୁଦ୍ରା । ହରିୟାଣାର ସିରସା ଆଶ୍ରମରେ ଚାଲିଥିଲା ଏକ ସମାନ୍ତରାଳ ମୁଦ୍ରା ବ୍ୟବସ୍ଥା । ଏହି ମୁଦ୍ରା କାରବାର ହେଉଥିଲା ଡେରା ପରିସରରେ । ଆଶ୍ରମ ତଲାସୀ ବେଳେ ଏହିପରି ଅନେକ ଚାଂଚଲ୍ୟକର ତଥ୍ୟ ଲାଗିଛି ସୁରକ୍ଷା କର୍ମୀଙ୍କ ହାତରେ ।

mmସବୁଠାରୁ ଚମକାଇ ଦେବା ଭଳି ଖବର ହେଉଛି ଯାଂଚ ବେଳେ ମିଳିଛି ‘ବେବି ଗେଟ୍’ ବା ଚୋର ଦରୱାଜା । ରାମରହିମଙ୍କ ଗୁଫା ସହ ଗାର୍ଲସ ସ୍କୁଲ ଓ କଲେଜକୁ ଯୋଡିଛି ଏହି ଗୁପ୍ତ ଗେଟ୍ । ବନ୍ଦ ପଡିଥିବା ଆଲମୀରା ଖୋଲାଯିବା ପରେ ପଦାକୁ ଆସିଲା ବଡ଼ ଗୁମର । ଏହି ରାସ୍ତା ବାଟେ ରାମରହିମ ଚଳାଇଥିଲା ଯୌନ ବ୍ୟଭିଚାର । ଗୁଫାରେ କଣ ଚାଲିଥିଲା ତଦନ୍ତ କରୁଛି ଫରେନସିକ୍ ଟିମ୍ ।

searchସିରସା ସ୍ଥିତ ଡେରା ସଚ୍ଚା ସୌଦା ଆଶ୍ରମରେ ଚାଲିଛି ତଲାସି ଅଭିଯାନ । ପ୍ଲାଷ୍ଟିକ୍ ଟଙ୍କା, ବିପୁଳ ପରିମାଣ ଔଷଧ, ନମ୍ବର ବିହିନ ସୌଖିନ ଗାଡ଼ି, କମ୍ପୁଟର, ହାର୍ଡ ଡିସ୍କ, ଲାପଟପ୍ ଜବତ କରାଯାଇଛି । ସର୍ଚ୍ଚ ଅପରେସନରେ ଅର୍ଦ୍ଧ ସୈନିକ ବଳ ଓ ପୋଲିସର ୫ହଜାର ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି । ଡେରା ମ୍ରୁଖ୍ୟାଳୟ ପରିସରରେ ବହୁ ଲୋକଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି । ଏଥିପାଇଁ ହରିୟାଣା ପୋଲିସ ମାଟି ଖୋଲିବା ପାଇଁ ଜେସିବି ମେସିନର ସହାୟତା ମଧ୍ୟ ନେଇଛି ।

ସର୍ଚ୍ଚ ଅପରେସନର ପ୍ରତି ମୁହୂର୍ତକୁ ଭିଡିଓଗ୍ରାଫି କରାଯାଉଛି । ଅଗଷ୍ଟ ୨୫ ତାରିଖରେ ଦିନ ରାମରହିମ ଦୋଷୀ ସାବ୍ୟସ୍ତ ହେବା ପରେ ରକ୍ତମୁଖା ହୋଇଉଠିଥିଲେ ରାମରହିମଙ୍କ ଗୁଣ୍ଡାବାହିନୀ । ଯାଂଚ ବେଳେ କାଳେ କିଛି ଅଘଟଣ ଘଟାଇବେ, ଏହାକୁ ଦୃଷ୍ଟିରେ ରଖି ଆଖପାଖ ଅଂଚଳରେ ଲଗାଯାଇଛି କର୍ଫୁ । ହାଇକୋର୍ଟ ଦ୍ୱାରା ନିଯୁକ୍ତ କମିସନର ତଥା ପୂର୍ବତନ ବିଚାରପତି କେଏସ ପୱାରଙ୍କ ତତ୍ୱାବଧାନରେ ଏହି ସର୍ଚ୍ଚ ଅପରେସନ କରାଯାଉଛି ।