ଜାମ୍ମୁକଶ୍ମୀର ବାନ୍ଦିପୋରା ଓ କୁପୱାଡାରେ ଏନକାଉଣ୍ଟର ! ହାଜିନ ଅଞ୍ଚଳରେ ସର୍ଚ୍ଚ ଅପରେସନ, କୁପୱାଡାରେ ଜଣେ ଯବାନ ସହିଦ ।

29

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରର ବାନ୍ଦିପୋରା ଓ କୁପୱାଡାରେ ପୁଣି ମୁହାଁମୁହିଁ ହୋଇଛନ୍ତି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ । ବାନ୍ଦିପୋରାର ହାଜିନ ଅଂଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା । ଏହାକୁ ଭିତି କରି ସମଗ୍ର ଅଂଚଳକୁ ଘେରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷା କର୍ମୀ । ପରେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଏହାପରେ ସୁରକ୍ଷାକର୍ମୀ ମଧ୍ୟ ଏହାର ମୁହଁତୋଡ ଜବାବ ଦେଇଛନ୍ତି ।

ସେପଟେ କୁପୱାଡାର କରାଲଙ୍ଗାଡ ଅଂଚଳରେ ବି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଜଣେ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ସେପଟେ ଗୁରୁବାର ଦିନ କୁପୱାଡାର ନୌଗାମ ସେକ୍ଟରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କୁ ମଧ୍ୟରେ ହୋଇଥିବା ଗୁଳି ଚାଳନା ବେଳେ ୪ଜଣ ଯବାନ ଆହତ ହୋଇଛନ୍ତି । ତେବେ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେବା ପାଇଁ ସେନା ପକ୍ଷରୁ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ବାନ୍ଦିପୋରାର ହାଜିନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଛି ।