ଅସ୍ତରଙ୍ଗରେ ବାରମ୍ବାର କୂଳ ଲଂଘୁଛି ସମୂଦ୍ର : ଅଶାନ୍ତ ଦରିଆ ଭସାଇ ନେଉଛି ଛାଉଁବଣ

39

ଅସ୍ତରଙ୍ଗ : କୂଳ ଲଂଘୁଛି ସମୁଦ୍ର । ଝାଉଁବଣର ଗଛ ଗୁଡିକୁ ଭସାଇ ନେଉଛି ସମୁଦ୍ର ଦରିଆ । ବାରମ୍ବାର ଜୁଆର ମାଡରେ ଧ୍ୱସଂ ପାଇବାକୁ ବସିଲାଣି ବିଶାଳ ଝାଉଁବଣ ।  ଝାଉଁବଣରେ ଲଗାତର ଭାବେ ଜୁଆର ମାଡ ଯୋଗୁଁ ଗଛ ଗୁଡିକୁ ଧ୍ୱସଂ ପାଇଗଲାଣି । ସମୁଦ୍ରର ଏପରି କରାଳ ରୂପ ଦେଖି ଆଖିର ନିଦ ହଜିଯାଇଛି ଅସ୍ତରଙ୍ଗବାସୀଙ୍କର । ଅସ୍ତରଙ୍ଗ ବ୍ଲକର ୨୦ଟି ଗାଁ ଏବେ ସମୁଦ୍ର ଆଁ ଭିତରକୁ ଚାଲିଯିବାକୁ ବସିଛି । ଦିନକୁ ଦିନ ସମୁଦ୍ର କୂଳ ଲଂଘୁ ଥିବାବେଳେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି ।

ଗାଁ ଭିତରକୁ ପାଣି ପ୍ରବେଶ କରିବ ବୋଲି ସ୍ଥାନୀୟ ଲୋକେ ଏବେ ଭୟ ଓ ଆଶଙ୍କାରେ ଦିନ କାଟୁଛନ୍ତି । ଅଶାନ୍ତ ସମୁଦ୍ରର ଢେଉରେ ଅବକ୍ଷୟ ହେଉଛି ଝାଉଁବଣ । ପୁରୀରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ୫୦କିଲୋମିଟର ବ୍ୟାପୀ ସମୁଦ୍ରରେ ବାଲୁକା ଅବକ୍ଷୟ ହେବାରେ ଲାଗିଛି । ସମୁଦ୍ର ଢେଉର ତାଣ୍ଡବରେ ଅସ୍ତରଙ୍ଗ ସମୁଦ୍ରକୂଳର ୨୫କିଲୋମିଟର ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି ।

ଛେନୁଅଠାରେ ସମୁଦ୍ରକୂଳ ଲଂଘନ କରି ଚାଲିଥିବାବେଳେ ଅସ୍ତରଙ୍ଗର ଅନ୍ୟ ସ୍ଥାନ ଗୁଡିକରେ ମଧ୍ୟ ଝାଉଁବଣ ଧ୍ୱସଂ ହେବାରେ ଲାଗିଛି । ସମୁଦ୍ରକୂଳକୁ ସୁରକ୍ଷା ଯୋଗାଉଥିବା ବାଲୁକାକୁ ମଧ୍ୟ ଖାଇବାରେ ଲାଗିଛି ଢେଉ। କେଉଟଜଙ୍ଗା ନିକଟରେ ୨ଟି ନୂଆ ମୁହାଣ ଖୋଲିଥିବାବେଳେ ଡାଳୁଅବଣି ନିକଟରେ ଜଙ୍ଗଲକୁ ଧ୍ୱସଂ କରିବାରେ ଲାଗିଛି ଅଶାନ୍ତ ଦରିଆ ।