ପାରାଦୀପରେ ଆରମ୍ଭ ହେଲା ଦୁଇଦିନିଆ ମିଳିତ ସମରାଭ୍ୟାସ !

30

କନକ ବ୍ୟୁରୋ : ପ୍ରତିବର୍ଷ ପରି ପାରାଦୀପରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ । ଦୀର୍ଘ ୪୮୦ କିଲୋମିଟର ବ୍ୟାପୀ ପୂର୍ବ ଉପକୂଳର ସୁରକ୍ଷା ପାଇଁ ଆୟୋଜନ କରାଯାଇଥିବା ଏହି ସମରାଭ୍ୟାସର ନାଁ ରହିଛି ସାଗର କବଚ । ନୌସେନା, ତଟରକ୍ଷୀବାହିନୀ, ଓଡିଶା ପୁଲିସ, ସାମୂଦ୍ରିକ ପୁଲିସ, ଇମିଗ୍ରେସନ, ସିଆଇଏସଏଫ୍,ପାରାଦୀପ ବନ୍ଦର, ମତ୍ସ୍ୟବିଭାଗ,ସୀମା ଶୁଳ୍କ ବିଭାଗ, ଗୁଇନ୍ଦା ବିଭାଗ ଓ ବନବିଭାଗ ଏହି ସମରାଭ୍ୟାସରେ ଭାଗନେଇଛନ୍ତି ।

ଅସ୍ତରଂଗ ଥାନା ମେରାଇନ ଥାନାର କର୍ମଚାରୀମାନେ ୫ଟି ସାମୁଦ୍ରିକ ପଏଂଟର ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଇଂଟରସେପ୍ଟର ବୋଟ ମାଧ୍ୟମରେ ନଦୀ ଓ ସମୁଦ୍ରରେ ସୁରକ୍ଷାକର୍ମୀ ମାନେ ପଇଁତରା ମାରୁଛନ୍ତି । ଏହାଛଡା ସନ୍ଦୀଗ୍ଧ ଅନୁପ୍ରବେଶକାରୀଙ୍କ ଉପରେ କଡା ନଜର ରଖାଯାଇଥିବାର ସୁରକ୍ଷାକର୍ମୀମାନେ କହିଛନ୍ତି ।