ଚିଲିକା ‘ୱାଟର ଏରୋଡ୍ରମ’ ପଲିଟିକ୍ସ । ବିଧାନସଭାରେ ଉଠିଲା ତାତି, ପ୍ରସ୍ତାବକୁ ପ୍ରତ୍ୟାହାର କରନ୍ତୁ କେନ୍ଦ୍ରମନ୍ତ୍ରୀ

36

କନକ ବ୍ୟୁରୋ: ବିଧାନସଭାରେ ଉଠିଲା ଚିଲିକାରେ ସି ଏରୋଡ୍ରମ ପ୍ରସଙ୍ଗ । ଏହି ପ୍ରସଙ୍ଗ ଉଠାଇଲେ ବ୍ରହ୍ନଗିରୀ ବିଜେଡି ବିଧାୟକ ସଂଜୟ ଦାସବର୍ମା । ସିଧାସଳଖ ଏହି ପ୍ରକଳ୍ପକୁ ବିରୋଧ କରି କହିଲେ କେନ୍ଦ୍ରମନ୍ତ୍ରୀ ଏ ପ୍ରସ୍ତାବକୁ ପ୍ରତ୍ୟାହାର କରନ୍ତୁ । ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଚିଲିକା ବିଷୟରେ ସାମାନ୍ୟ ଧାରଣା ନଥିବା ବ୍ୟକ୍ତିିଙ୍କର ଏହାଏକ ଉଦ୍ଭଟ ଚିନ୍ତାଧାରା । ଚିଲଇକା ବିଶ୍ୱର ଏକ ଜୈବବିବିଧତାର ଉତ୍ସ । ତାକୁ କ୍ଷତି ପହଁଚାଇବା ଭଳି କୌଣସି କାର୍ଯ୍ୟକୁ ଗ୍ରହଣ କରାଯିବ ନାହିଁ ।

ଅନ୍ୟପଟେ ବିଧାୟକଙ୍କ ସହ ମତ୍ସ୍ୟଜିବୀଙ୍କ ସଲାସସୁତରୀ ଥିବାରୁ ଏଭଳି ବିରୋଧାଭାଷ କରୁଛନ୍ତି ବିଜେପିର ଅଭିଯୋଗ କରୁଛି ବୋଲି ସ୍ଥାନୀୟ ବିଧାୟକ କହିଛନ୍ତି । କିନ୍ତୁ ଚିଲିକା କୂଳରେ ଥିବା ସମସ୍ତ ବିଧାୟକ ମୋ କଥାରେ ଏକମତ । ଏହାଦ୍ୱାରା ଜୈବ ବିବିଧତା ପ୍ରଭାବିତ ହେବ । ତେଣୁ କେନ୍ଦ୍ରମନ୍ତ୍ରୀ ଏ ପ୍ରସ୍ତାବକୁ ପ୍ରତ୍ୟାହାର କରନ୍ତୁ ବୋଲି ଆଜି ବିଧାନସଭାରେ Sanjaya Dasbarmaଦାବି କରିଛନ୍ତି ବିଜେଡି ବିଧାୟକ ସଂଜୟ ଦାସର୍ବମା ।

ଗତ ଅଗଷ୍ଟ ମାସରେ ଚିଲିକାରେ ୱାଟର ଏରୋଡ୍ରମ ସ୍ଥାପନ କରିବା ପାଇଁ କେନ୍ଦ୍ର ବେସାମରିକ ମନ୍ତ୍ରାଳୟ ନିଷ୍ପତି ନେଇଥିଲେ । ଯାହାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ କଥା କଟାକଟି ହୋଇଥିଲା । ବିଜେଡିର ମତ ଥିଲା ଯେ, ଏହି ପ୍ରକଳ୍ପ ଦ୍ୱାରା ଚିଲିକା ଉପରେ ନିର୍ଭର କରୁଥିବା ୨ଲକ୍ଷରୁ ଉର୍ଦ୍ଧ ମତ୍ସ୍ୟଜୀବି ପରିବାର ପ୍ରଭାବିତ ହେବେ । ତେଣୁ କେନ୍ଦ୍ର ସରକାର କିଛି ନିଷ୍ପତି ନେବା ପୂର୍ବରୁ ଭଲ ଭାବରେ ପୁର୍ନବିଚାର କରିବା ଆବଶ୍ୟକ । ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ପ୍ରକଳ୍ପ ଦ୍ୱାରା ଯୁବପିଢ଼ୀଙ୍କୁ ନିଯୁକ୍ତି ମିଳିବ । ଏହାସହ ପର୍ଯ୍ୟଟନସ୍ଥଳୀକୁ ଅଧିକ ବିକାଶ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ଜୈବବିବିଧତାକୁ ନେଇ ଯେଉଁ ତର୍କ ଉଠୁଛି ,ତାକୁ ନେଇ କେନ୍ଦ୍ର ଏକ ବିଶେଷଜ୍ଞ ଦଳ ଗଠନ କରିଛନ୍ତି । ସେମାନେ ଚିଲିକାର ଜୈବ ବିବିଧତାକୁ ଅନୁଧ୍ୟାନ କରି ରିପୋର୍ଟ ଦେବେ ।