ବଦଳୁଛି ସମୁଦ୍ରର ରଙ୍ଗ : ବିଜ୍ଞାନୀ ଦେଲେ ଭିନ୍ନଭିନ୍ନ ମତ

31

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ସମୁଦ୍ରର ବିଭିନ୍ନ ରଙ୍ଗ। ପୁରୀ ସମୁଦ୍ର ବେଳାଭୂମିରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଥମଥର ଲାଗି ପୁରୀ ସମୁଦ୍ରରେ ପାଣିର ରଙ୍ଗ ଭିନ୍ନଭିନ୍ନ ଦେଖିବାକୁ ମିଳିଛି । ବେଳାଭୂମି ନିକଟରେ ପାଣିର ରଙ୍ଗ ଧଳା ଦେଖାଯାଉଥିବା ବେଳେ ଏହାପରେ ସମୁଦ୍ର ପାଣି ଆକାଶିଆ ଦେଖାଯାଉଛି । ସେହିପରି ଏହା ପଛକୁ ଥିବା ପାଣିର ଲେୟାର ଧୂସର ବର୍ଣ୍ଣ ଏବଂ ବେଳାଭୂମିଠାରୁ ପ୍ରାୟ ୧ କିଲୋମିଟର ଦୂରରେ ସମୁଦ୍ର ପାଣି ଗାଢ ନୀଳ ରଙ୍ଗ ଦେଖାଯାଉଛି । ବେଳାଭୂମିରେ ଛିଡାହୋଇ ସମୁଦ୍ର ଉପରେ ଆଖି ବୁଲାଇଲେ ପ୍ରାୟ ୪ ପ୍ରକାର ଦେଖାଯାଉଛି ପାଣି । ରଙ୍ଗ ବଦଳାଇଥିବା ସମୁଦ୍ର, ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି । ଆଶ୍ଚର୍ଯ୍ୟ, ଚକିତ ହୋଇ ଦେଖଣାହାରୀ ବେଳାଭୂମିରେ ସମୁଦ୍ର ପାଣିକୁ ଦେଖୁଥିବା ନଜର ଆସିଛି ।ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :