ମହିଳାଙ୍କ ମହତ କାର୍ଯ୍ୟ ! ଦୁର୍ଘଟଣା ସ୍ଥଳରୁ ଆହତମାନଙ୍କୁ ନେଲେ ଡାକ୍ତରଖାନା , ବଂଚେଇଲେ ଜୀବନ

38

ସଡକରେ ପ୍ରତିଦିନ ଅନେକ ଦୁର୍ଘଟଣା ହୁଏ । କିଏ ସାହାଯ୍ୟ ପାଇଁ ଆକୁଳ ଚିତ୍କାର କରୁଥିବା ବେଳେ କିଛି ଲୋକ ଏହାକୁ ନଜର ଏଡାଇ ପଳାଇ ଯାଇଥାନ୍ତି । କିନ୍ତୁ କିଛି ଘଟଣା ଏମିତି ଆମ ସାମ୍ନାକୁ ଆସେ , ଯାହା ଦ୍ୱାରା ଆମର ମଣିଷ ପଣିଆ ସକ୍ରିୟ ହୋଇଉଠେ । ଏମିତି ଏକ ଖବର ପ୍ରକାଶ ପାଇଛି ଇୟୋର ଷ୍ଟୋରୀରେ । ଯାହାକି ଜଣେ ମହତ ମଣିଷର କାର୍ଯ୍ୟକୁ ସୂଚାଇ ଦେଇଛି ।

ପ୍ରକାଶିତ ସୂଚନା ଅନୁସାରେ ,ମଧ୍ୟପ୍ରଦେଶର ସହର ଇନ୍ଦୋରରେ ଘଟିଛି ଏମିତି ଏକ ଘଟଣା । ଯାହାକୁ ଶୁଣି ଆପଣ କହିବେ ଏହା ପ୍ରକୃତ ମଣିଷର କାମ । ଭୋପାଳ-ଦେବାସ ରୋଡରେ ଗତ ଗୁରୁବାର ଦିନ ରସୁଲପୁର ବାଇପାସରେ ଏକ କଲେଜ ବସ୍ ଓ ଭ୍ୟାସ ମଧ୍ୟରେ ଧକ୍କା ଲାଗିଥିଲା । ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଯାଇଥିଲା । ଆଉ ଅନ୍ୟମାନେ ଆହତ ହୋଇ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ । ଏହି ସମୟରେ ସେହି ବାଟରେ ଯାଉଥିଲେ ଇନ୍ଦୋରର ଏସଡିଏମ୍ ଶାଲିନୀ ଶ୍ରୀବାସ୍ତବ । ନିଜର କାର୍ କୁ ରଖି ସେହି ଆହତ ମାନଙ୍କୁ ନେଇଯାଇଥିଲେ ଡାକ୍ତରଖାନା । କିନ୍ତୁ ସେଠାରେ ଥିବା ଲୋକମାନେ ଏହାକୁ ଅଣଦେଖା କରିଥିଲେ ।

ଯେଉଁ ସ୍ଥାନରେ ଏହି ଦୁର୍ଘଟଣା ହୋଇଥିଲା ସେ ସ୍ଥାନଟି ଖୁବ୍ ଜନଗହଳିପୂର୍ଣ୍ଣ ସ୍ଥାନ ଭାବରେ ଜଣାଶୁଣା । ଏହି ଯାଗାରେ ଗୁରୁବାର ସକାଳେ ଭିଡ଼ ଜମିଥିଲା । ସେଠାରେ ଭୋପାଳରୁ ଇନ୍ଦୋର ଯାଉଥିବା ଭ୍ୟାନ୍ ଏକ କଲେଜ ବସରେ ଧକ୍କା ଦେଇଥିଲା । ଧକ୍କାର ପ୍ରଭାବ ଏତେ ଅଧିକ ଥିଲା ଯେ ଭ୍ୟାନ୍ ଡ୍ରାଇଭରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ଆହତ ମାନେ ଭ୍ୟାନ୍ ଭିତରେ ଚିତ୍କାର କରୁଥିଲେ । ଏହି ସମୟରେ ସେହି ବାଟ ଦେଇଯାଉଥିିବା ଜଣେ ମହିଳା ନିଜର ଗାଡି ରଖି ଭ୍ୟାନ୍ ପାଖକୁ ଆସିଲେ । ଏବଂ ସବୁ ଆହତମାନଙ୍କୁ କୌଣସି ପ୍ରକାରେ ଭ୍ୟାନ୍ ବାହାରକୁ ବାହାର କଲେ । ଏହାପରେ ସେ ଆମ୍ବୁଲାନ୍ସକୁ ଡାକିଲେ । କିନ୍ତୁ ସୂଚନା ମିଳିଲା ଯେ ,ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବ ।

ସମୟ ଯେତିକି ବିତୁଥିଲା ,ଆହତମାନଙ୍କ ସ୍ୱାସ୍ଥ୍ୟ ଖୁବ୍ ଗମ୍ଭୀର ହେବାରେ ଲାଗିଥିଲା । ଏହାକୁ ନେଇ ମହିଳା ଜଣକ ସେହି ଆହତମାନଙ୍କୁ ନିଜର ଗାଡିରେ ବସାଇ ଡାକ୍ତରଖାନାରେ ପହଁଚାଇଥିଲେ । ତାଙ୍କ ସହ ଲୋକ ସେବା ପ୍ରବନ୍ଧକ ଅମୋଘ ଶ୍ରୀବାସ୍ତବ ମଧ୍ୟ ଥିଲେ । ଦୁଇ ଜଣ ଆହତ ମାନଙ୍କ ସହ ଡାକ୍ତରଖାନା ପହଁଚିଥିଲେ । ଏବଂ ନିଜର ପରିଚୟ ଦେଇ କହିଥିଲେ କି ସେ ଇନ୍ଦୋରର ଏସଡିଏମ୍ । ଶାଲିନୀ ଡାକ୍ତରଙ୍କୁ ପୁରା ତତ୍ପରତାର ସହ ଚିକିତ୍ସା କରିବାକୁ କହିଥିଲେ । ଶାଲିନୀ ପ୍ରଥମରୁ ପୁଲିସ୍ ଓ ଆମ୍ବୁଲାନ୍ସକୁ ଫୋନ୍ କରି ସୂଚନା ଦେଇଥିଲେ । ପୁଲିସ୍ ସଠିକ୍ ସମୟରେ ଘଟଣା ସ୍ଥଳରେ ପହଁଚିଥିଲେ । ଭ୍ୟାନର ଡ୍ରାଇଭର ଶଶିକୁମାରଙ୍କର ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା । ଏଥିପାଇଁ ସେ ବଂଚିପାରିନଥିଲେ ।

ଦୁର୍ଘଟଣା ସମୟରେ ଉପସ୍ଥିତ ଲୋକମାନେ କହିଥିଲେ କି ବସ୍ ଡ୍ରାଇଭର ଭୁଲ୍ ରାସ୍ତାରେ ବସକୁ ନେଇ ଯାଉଥିଲେ । । ଏଥିିପାଇଁ ଦୁର୍ଘଟଣା ହେଲା । ପୁଲିସ୍ ବସ୍ ଡ୍ରାଇଭରଙ୍କ ବିରୋଧରେ କେସ ଦାୟର କରିଛନ୍ତି ଆହତମାନେ ସଠିକ୍ ସମୟରେ ଚିକିତ୍ସା ପାଇବାରୁ , ସେମାନେ ଏବେ ବିପଦ ମୁକ୍ତ । ଆଉ ଏ ସବୁର ଶ୍ରେୟ ପାଇଛନ୍ତି ଏସଡିଏମ୍ ଶାଲିନୀ । ଆଉ ଆହତ ମାନଙ୍କୁ ସାହାଯ୍ୟ କରି ସମସ୍ତଙ୍କୁ ସେ ଏହି ଶିକ୍ଷା ଦେଇଛନ୍ତି ଯେ, ସଡକରେ ଆହତ ମାନଙ୍କୁ ସାହାଯ୍ୟ କରିବା ଆମର ପ୍ରଥମ କର୍ତ୍ତବ୍ୟ ଅଟେ ।

ଏସଡିଏମ ଶାଳିନୀ ମଧ୍ୟ ଏହାପୂର୍ବରୁ ଅନେକ ଭଲ କାମ କରିଛନ୍ତି । ସେ ଇନ୍ଦୋରରେ ବଡ ପଦକ୍ଷେପ ଉଠାଇ ୧୦୦ରୁ ଅଧିକ ଶିଶୁ ଶ୍ରମିକଙ୍କୁ ମୁକ୍ତ କରିଥିଲେ । ସବୁ ପିଲାଙ୍କୁ ବିହାରରୁ ଇନ୍ଦୋର ଶ୍ରମ କାର୍ଯ୍ୟ କରିବାକୁ ଅଣାଯାଇଥିଲା । ସେମାନଙ୍କୁ ଦିନକୁ କେବଳ ୨୦ରୁ ୨୫ଟଙ୍କା ଲେଖାଏଁ ମଜୁରୀ ମିଳୁଥିଲା । ପରେ ଜଣା ପଡିଥିଲା କି ସେହି ପିଲାମାନଙ୍କୁ ଅମାନବୀୟ ଭାବେ କାମରେ ଲଗାଯାଉଥିଲା ।